କୂଳ ଲଙ୍ଘୁଛି ପୁରୀ ସମୁଦ୍ର, ଖସୁଛି ବାଲି ଅତଡା

ପୁରୀ: କୂଳ ଲଙ୍ଘୁଛି ପୁରୀ ସମୁଦ୍ର। ସ୍ଵର୍ଗଦ୍ଵାର ବେଳାଭୂମିରେ ବଡ ବଡ ଲହଡି ମାଡି ଆସୁଥିବାରୁ ଖସୁଛି ବାଲି ଅତଡା। ସମୁଦ୍ରରେ ଏଭଳି ଉଗ୍ରରୂପ ସାଙ୍ଗକୁ ବାଲି ଅତଡା ଖସୁଥିବାରୁ ବ୍ୟବସାୟୀମାନେ ଭୟଭୀତ ହୋଇଛନ୍ତି। ପ୍ରତି ସମୟରେ ସମୁଦ୍ରର ବଡ ବଡ ଢେଉ ଆସି ବାଲି ଅତଡା ଖାଇ ନେଉଥିବା ବେଳେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଥିବା ୱାଚ୍ ଟାୱାର ମଧ୍ୟ ଅସୁରକ୍ଷିତ ଅବସ୍ଥାରେ ରହିଛି। କେତେବେଳେ ଯେ ଏହା ଭୁଷୁଡି ପଡିବ କହିହେବ ନାହିଁ।

ପୁରୀରେ ତୁହାକୁ ତୁହା ବର୍ଷା ଲାଗି ରହିଥିବା ବେଳେ ଆଗକୁ ଅମାବାସ୍ୟା ଥିବାରୁ ସମୁଦ୍ର ଏବେଠାରୁ ଅଶାନ୍ତ ରୂପ ଧାରଣ କରିଛି। ସମୁଦ୍ର ଅଶାନ୍ତ ଥିବାରୁ ପର୍ଯ୍ୟଟକଙ୍କ ସ୍ନାନ ଉପରେ ରୋକ୍ ଲଗାଇବା ସହ ସୁରକ୍ଷାକୁ ଦୃଷ୍ଟିରେ ରଖି ମାତ୍ରାଧିକ ଲାଇଫ ଗାର୍ଡ ଙ୍କ ସହ ଅଗ୍ନିଶମ କର୍ମଚାରୀଙ୍କୁ ମୁତୟନ କରିବା ପାଇଁ ଦାବି ହୋଇଛି।

Related Articles

Back to top button