ପ୍ରାଇଭେଟ୍‌ ଆଇଲାଣ୍ଡ କିଣିଲେ ମିକା ସିଂ

ବଲିଉଡର ଜଣେ ପ୍ରସିଦ୍ଧ ଗାୟକ ମିକା ସିଂ ଜଣାଶୁଣା। ତାଙ୍କର ଗୀତ ଯୋଗୁ ସେ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ବଲିଉଡରେ ମିକାଙ୍କର ବହୁତ ପ୍ରଶଂସକ ଅଛନ୍ତି। ନିକଟରେ ମିକାଙ୍କ ସ୍ବୟଂବର ଆୟୋଜିତ ହୋଇଥିଲା। ଗାୟକ ଆକାକ୍ଷାଂ ପୁରୀଙ୍କୁ ମିକା ତାଙ୍କ ଜୀବନସାଥୀ ଭାବରେ ବାଛିଥିଲେ। ନିକଟରେ ମିକା ଏକ ପ୍ରାଇଭେଟ୍‌ ଆଇଲାଣ୍ଡ କିଣିଛନ୍ତି। ଏଥିରେ ସେ ଆଜିକାଲି ସମୟ ବିତାଉଛନ୍ତି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ ଏକ ଡଙ୍ଗା ଚଳାଉଥିବାର ଦେଖିବାକୁ ମିଳିଛି। ଡଙ୍ଗାରେ ମିକା ସିଂ ଲେଖାଯାଇଛି। ବଡିଗାର୍ଡମାନେ ଡଙ୍ଗା ପାର୍ଶ୍ୱରେ ଠିଆ ହୋଇଥିବା ଦେଖାଯାଇଛି। ମିକା ଆଇଲାଣ୍ଡ ସହିତ ସାତୋଟି ଡଙ୍ଗା ଏବଂ ୧୦ ଘୋଡା କିଣିଛି। ମିକା ସିଂ ବିଳାସପୂର୍ଣ୍ଣ ଗାଡି ଏବଂ ବଙ୍ଗଳାକୁ ମଧ୍ୟ ଭଲ ପାଆନ୍ତି।

Related Articles

Back to top button