ଓଡ଼ିଆ ସିନେ ସମୀକ୍ଷକଙ୍କ ଲିଖିତ ‘କାଲି ପାଇଁ କାଲିର ସିନେମା’ ପୁସ୍ତକକୁ ଜାତୀୟ ଫିଲ୍ମ ପୁରସ୍କାର

ସୂର୍ଯ୍ୟ ଦେଓଙ୍କ ପୁସ୍ତକ ‘କାଲି ପାଇଁ କାଲିର ସିନେମା’କୁ ମିଳିଛି ‘ବେଷ୍ଟ୍‌ ବୁକ୍ ଅନ୍ ସିନେମା ସ୍ପେଶାଲ୍ ମେନ୍‌ସନ୍ ସମ୍ମାନ’

ସିନେମା କ୍ଷେତ୍ରରେ ଚମକିଛନ୍ତି ଜଣେ ଓଡିଆ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୬୮ ତମ ଜାତୀୟ ଫିଲ୍ମ ପୁରସ୍କାର ୨୦୨୦ ଘୋଷିତ ହୋଇଛି। ଏଥିରେ ‘କାଲି ପାଇଁ କାଲିର ସିନେମା’କୁ ‘ବେଷ୍ଟ୍‌ ବୁକ୍ ଅନ୍ ସିନେମା ସ୍ପେଶାଲ୍ ମେନ୍‌ସନ୍ ସମ୍ମାନ’ ମିଳିଛି। ‘କାଲି ପାଇଁ କାଲି’ର ସିନେମା ହେଉଛି ଓଡ଼ିଆ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କ ଲିଖିତ ଓ ପକ୍ଷୀଘର ପ୍ରକାଶନର ସିନେମା ସଂପର୍କୀତ ପୁସ୍ତକ। ଏନେଇ ସୂର୍ଯ୍ୟ ଦେଓ ବହୁତ ଖୁସି ଥିବା ସେ କହିଛନ୍ତି।

Related Articles

Back to top button