ଏଣିକି ସିଗାରେଟ୍ ପ୍ୟାକେଟରେ ଲେଖା ଆସିବ ‘ତମାଖୁ ସେବନ ମାନେ ଅକାଳ ମୃତ୍ୟୁ’

ନୂଆଦିଲ୍ଲୀ: ସିଗାରେଟ ଏବଂ ଅନ୍ୟ ମାଦକ ଦ୍ରବ୍ୟର ପ୍ୟାକେଜିଂ ଉପରେ କେନ୍ଦ୍ର ସରକାର ନୂଆ ନିର୍ଦ୍ଦଶ ଜାରି କରିଛନ୍ତି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଜାରି ପକ୍ଷରୁ ଏକ ନିର୍ଦ୍ଦେଶ ଅନୁସାରେ ଏବେ ସିଗାରେଟ୍ ଏବଂ ଅନ୍ୟ ତମାଖୁ ପ୍ୟାକେଟ୍ ଉପରେ ବଡ଼ ବଡ଼ ଅକ୍ଷରରେ ତମାଖୁ ସେବନ ମାନେ ଅକାଳ ମୃତ୍ୟୁ ଲେଖାଯିବ। ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଏହିପରି ପ୍ୟାକେଟ୍ ଉପରେ ତମାଖୁ ଅର୍ଥାତ ଭୟଙ୍କର ମୃତ୍ୟୁ ଲେଖା ଯାଉଥିଲା।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସଂଶୋଧିତ ନିୟମ ଜୁଲାଇ ୨୧ରେ ଜାରି କରାଯାଇଛି। ନୂଆ ନିୟମ ଆସନ୍ତା ଡିସେମ୍ୱର ସୁଦ୍ଧା ଲାଗୁ ହେବ । ଏହାଛଡା ପ୍ୟାକେଟର ପଛ ଭାଗରେ କାଳ ପୃଷ୍ଠଭୂମି ଉପରେ ଧଳା ଅକ୍ଷରରେ ଆଜି ହିଁ ଛାଡନ୍ତୁ, କଲ କରନ୍ତୁ ୧୮୦୦-୧୧୨-୩୫୬ ଲେଖା ରହିବ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁସାରେ ସାରା ଦୁନିଆରେ ତମୁଖା ସେବନ ଯୋଗୁଁ ପ୍ରତିବର୍ଷ ପ୍ରାୟ ୮୦ ଲକ୍ଷ ଲୋକଙ୍କ ଜୀବନ ଯାଉଛି । ତମାଖୁର ବ୍ୟବହାର ରୋକିବା ପାଇଁ ପ୍ରତିବର୍ଷ ମେ ୩୧କୁ ବିଶ୍ୱ ତମୁଖ ବର୍ଜନ ଦିବସ ରୂପେ ପାଳନ କରାଯାଏ।

Related Articles

Back to top button