ଖୁଚୁରା ମୁଦ୍ରାସ୍ଫୀତି ୫.୮୮%କୁ ଖସିଲା

ନୂଆଦିଲ୍ଲୀ : ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସପାଇଛି। ଚଳିତ ବର୍ଷ ନଭେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୫.୮୮ ପ୍ରତିଶତକୁ ହ୍ରାସପାଇଛି, ଯାହା ୧୧ ମାସ ମଧ୍ୟରେ ସର୍ବନିମ୍ନ ସ୍ତର। ଫଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହାକୁ ସର୍ବାଧିକ ୬ ପ୍ରତିଶତରେ ସୀମିତ ରଖିବାକୁ ସରକାର ରଖିଥିବା ଲକ୍ଷ୍ୟ ଏକପ୍ରକାର ସାକାର ହୋଇଛି। ମୁଖ୍ୟତଃ ଖାଦ୍ୟ ପଦାର୍ଥ ଦର ହ୍ରାସ କାରଣରୁ ମୁଦ୍ରାସ୍ଫୀତି ହ୍ରାସ ପାଇଥିବା କୁହାଯାଇଛି। ଚଳିତ ବର୍ଷ ଅକ୍ଟୋବରରେ ଏହା ୬.୭୭ ପ୍ରତିଶତ ଏବଂ ଗତବର୍ଷ ନଭେମ୍ବରରେ ୪.୯୧ ପ୍ରତିଶତ ରହିଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଖାଦ୍ୟ ସାମଗ୍ରୀର ମୂଲ୍ୟ ସୂଚୀ ଚଳିତ ବର୍ଷ ଅକ୍ଟୋବରରେ ୭.୦୧ ପ୍ରତିଶତ ରହିଥିବାବେଳେ ନଭେମ୍ବରରେ ତାହା ୪.୬୭ ପ୍ରତିଶତକୁ ହ୍ରାସପାଇଛି।

Related Articles

Back to top button