ସୁପ୍ରିମ କୋର୍ଟରେ ନୋଟବନ୍ଦୀ ମାମଲାର ଶୁଣାଣି ଶେଷ, ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ନୋଟବନ୍ଦୀକୁ ଚାଲେଞ୍ଜ କରି ସୁପ୍ରିମ କୋର୍ଟରେ ହୋଇଥିବା ମାମଲାର ଶୁଣାଣି ହୋଇଛି । ୬ ବର୍ଷ ତଳେ ଅର୍ଥାତ ୨୦୧୬ରେ ହୋଇଥିବା ଏହି ନୋଟବନ୍ଦୀ ମାମଲାର ଶୁଣାଣି ସୁପ୍ରିମେକାର୍ଟର ସାମ୍ବିଧାନିକ ପୀଠରେ ହୋଇଯାଇଛି । ଜଷ୍ଟିସ ଏସଏସ ନଜୀରଙ୍କ ସାମ୍ବିଧାନିକ ପୀଠରେ ସମସ୍ତ ପକ୍ଷ ନିଜର ଅଭିଯୋଗ ରଖିଥିଲେ ।

ସମସ୍ତଙ୍କ ଅଭିଯୋଗ ଶୁଣିବା ପରେ ରାୟକୁ ସଂରକ୍ଷିତ ରଖାଯାଇଥିବା ଘୋଷଣା କରାଯାଇଛି । ପୀଠ ଭାରତୀୟ ରଜର୍ବ ବ୍ୟାଙ୍କ ଏବଂ ଭାରତ ସରକାରଙ୍କର ଏ ସମ୍ପର୍କିତ ସମସ୍ତ ଜରୁରୀ ତଥ୍ୟ ଏବଂ ରେକର୍ଡ  ପ୍ରଦାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବର ୧୦ ତାରିଖ  ଭିତରେ ସମସ୍ତ ପକ୍ଷ ଚାହିଁଲେ ଲିଖିତ ତଥ୍ୟ କୋର୍ଟକୁ ଦେଇପାରିବେ । ଏ ସଂକ୍ରାନ୍ତରେ ବିବେକ ନାରାୟଣ ଶର୍ମାଙ୍କ ପ୍ରଥମ ଆବେଦନ ସମେତ ମୋଟ ୫୮ଟି  ଆବେଦନ ଆସିଥିଲା ।

ଜଷ୍ଟିସ ସେୟଦ ଅବଦୁଲା ନଜୀର, ଜଷ୍ଟିସ ଭୂଷଣ ଆାର ଗବଇ, ଜଷ୍ଟିସ ଏଏମ ବୋପନ୍ନା, ଜଷ୍ଟିସ ବି.ରାମସୁବ୍ରମଣ୍ୟମ ଏବଂ ଜଷ୍ଟିସ ବିବି ନାଗରତ୍ନାଙ୍କ ପୀଠ କହିଛନ୍ତି ଆମେ ସନ୍ତୁଷ୍ଟ ଅଛୁ । ଆଟର୍ଣ୍ଣି ଜେନରାଲ କହିଛନ୍ତି, ସରକାର ତାଙ୍କର ସମସ୍ତ ତଥ୍ୟ ପ୍ରଦାନ କରିଥିଲେ ହେଁ ବନ୍ଦ ଲଫାଫାରେ ଏହାକୁ କୋର୍ଟକୁ ପ୍ରଦାନ କରିବେ । କାରଣ ୨୦୧୬ର ନୋଟବନ୍ଦି  ୧୯୪୬ ଏବଂ ୧୯୭୮ରେ ହୋଇଥିବା ନୋଟବନ୍ଦିଠାରୁ ଭିନ୍ନ । କାରଣ ପ୍ରଥମ   ନୋଟ ବନ୍ଦୀ ରିଜର୍ବ ବ୍ୟାଙ୍କର ପରାମର୍ଶ କ୍ରମେ ହୋଇଥିଲା ଏବଂ ଦ୍ୱିତୀୟ ଚରଣ ନୋଟବନ୍ଦି ଅଧ୍ୟାଦେଶ  ପରେ ହୋଇଥିଲା ।

Related Articles

Back to top button