ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଉଁଚାଇ’ର ପୋଷ୍ଟର ରିଲିଜ: ଅନୁପମ ଖେର ଏବଂ ବୋମନ ଇରାନୀ ସହ କଳାକାର

ମୁମ୍ବାଇ: ବୟସ ବଢିବା ସଙ୍ଗେ ସଙ୍ଗେ ଚଳଚ୍ଚିତ୍ର ସଂଖ୍ୟା ମଧ୍ୟ ବଢାଇ ଚାଲିଛନ୍ତି ବିଗ୍-ବି ଅମିତାଭ୍ ବଚ୍ଚନ। ଆଜିକାଲି ଅମିତାଭ ବଚ୍ଚନ ତାଙ୍କ ଚଳଚ୍ଚିତ୍ର ପାଇଁ ଚର୍ଚ୍ଚାର ଶୀର୍ଷରେ ରହୁଛନ୍ତି। ନିକଟରେ ତାଙ୍କର ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ର ମୁକ୍ତିଲାଭ କରିଛି। ଅତୀତରେ ତାଙ୍କ ଫିଲ୍ମ ‘ଗୁଡବାଏ’ର ଟ୍ରେଲର ରିଲିଜ ହୋଇଥିବା ବେଳେ ଏବେ ତାଙ୍କ ଆଉ ଏକ ଫିଲ୍ମ ‘ଉଁଚାଇ’ ର ପୋଷ୍ଟର ରିଲିଜ ହୋଇଛି। ଏହି ପୋଷ୍ଟରରେ ଅମିତାଭ ବଚ୍ଚନ, ଅନୁପମ ଖେର ଏବଂ ବୋମନ ଇରାନୀଙ୍କ ସହ ବସିଥିବାର ନଜର ଆସିଛନ୍ତି। ଏହି ପୋଷ୍ଟର ସେୟାର କରି ଅମିତାଭ ବଚ୍ଚନ ମଧ୍ୟ ଏକ ସ୍ୱତନ୍ତ୍ର କଥା ଲେଖିଛନ୍ତି।

ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଉଁଚାଇ’ର ପୋଷ୍ଟରରେ ଅମିତାଭ ବଚ୍ଚନ ଏକ ଭାରୀ ଜ୍ୟାକେଟ ପିନ୍ଧିଥିବାର ନଜର ଆସିଛନ୍ତି। ଏହା ସହିତ ସେ ହାତରେ ଏକ କେଟଲୀ ଧରି ବସିଛନ୍ତି। ଅନ୍ୟପକ୍ଷରେ, ତୁଷାରପାତରେ ବୋମନ ଇରାନୀ ପାଣି ବୋତଲ ଧରିଥିବା ବେଳେ ଅନୁପମ ଖେର ଟିଫିନ ବାକ୍ସ ବାହାର କରି ଖାଉଥିବା ନଜର ଆସିଛନ୍ତି। ପ୍ରଥମ ଥର ପାଇଁ ତିନୋଟି ବଡ ତାରକା ଏକାଠି ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ର ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି।

ଏହି ପୋଷ୍ଟର ସେୟାର କରିବା ସହିତ ସେ ଲେଖିଛନ୍ତି, ଆମ ଚଳଚ୍ଚିତ୍ର ‘ଉଁଚାଇ’ର ଦ୍ୱିତୀୟ ପୋଷ୍ଟର ସେୟାର କରି ମୁଁ ଗର୍ବିତ। ମୋତେ ଏବଂ ମୋର ବନ୍ଧୁ ଅନୁପମ ଖେର, ବୋମାନ ଇରାନୀଙ୍କ ପରିବାରକୁ ଆହୁରୀ ରମାଞ୍ଚକର ଜୀବନ ବିତାଉଥିବାର ଦେଖିବାକୁ ପାଇବେ। ଆପଣଙ୍କୁ କହି ରଖୁଛୁ, ଅମିତାଭ ବଚ୍ଚନଙ୍କ ଏହି ଫିଲ୍ମ ନଭେମ୍ବର ୧୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।

Related Articles

Back to top button