କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନ ଲଢିବେ ଶଶି ଥରୁର

ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁର ସୋମବାର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୧୦ ଜନପଥରେ ଭେଟିଛନ୍ତି। ଏହି ସମୟରେ ଥରୁର ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ସୋନିଆଙ୍କୁ ପ୍ରଶ୍ନ କରିଛନ୍ତି। ସେ ଜାଣିବାକୁ ଚାହିଁଛନ୍ତି ଯେ, ସେ କଂଗ୍ରେସର ଅଧ୍ୟକ୍ଷ ପଦରେ ନିର୍ବାଚନ ଲଢି ପାରିବେ ନାହିଁ। ଆଉ ଥରୁରଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ସୋନିଆ ଗାନ୍ଧୀ।

ସୋନିଆ ଗାନ୍ଧୀ ମଧ୍ୟ ଥରୁରଙ୍କୁ ରୋକ୍ ଠୋକ୍ ଜବାବ ଦେଇଛନ୍ତି। ସୋନିଆ କହିଛନ୍ତି It’s ur call।  ନିର୍ବାଚନ ପ୍ରକ୍ରିୟା ଆଧାରରେ ସବୁ କିଛି ହେବ। ସୋନିଆଙ୍କ ଏହି ଉତ୍ତର ପରେ ଏବେ ବଲ୍ ଶଶି ଥରୁରଙ୍କ କୋର୍ଟରେ ରହିଛି। ସେ ଅଧ୍ୟକ୍ଷ ପଦ ନିର୍ବାଚନ ଲଢିବାକୁ ଚାହାନ୍ତି କି ନାହିଁ, ତାହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଉପରେ ନିର୍ଭର କରେ।

ଆଲୋଚନା ସମୟରେ ସୋନିଆ ଏହା ସ୍ପଷ୍ଟ କରି ଦେଇଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ ପଦର ନିର୍ବାଚନରେ ଯେ କେହି ବି ଲଢିପାରିବ। ଗାନ୍ଧୀ ପରିବାର ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ପରେ କଂଗ୍ରେସ ସୂତ୍ରରୁ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ଯେ, ଥରୁର ଏଥର ଅଧ୍ୟକ୍ଷ ପଦରେ ନିର୍ବାଚନ ଲଢିବେ।

ଏହା ପୂର୍ବରୁ ଥରୁର ନିଜର ଏକ ଲେଖାରେ କହିଥିଲେ ଯେ, ଅଧ୍ୟକ୍ଷ ପଦ ନିର୍ବାଚନରେ ଯେତେ ପ୍ରାର୍ଥୀ ମଇଦାନକୁ ଓହ୍ଲାଇବେ ସେତେ ଭଲ। ଏହା ହିଁ ଗଣତନ୍ତ୍ର ପାଇଁ ଭଲ ସଙ୍କେତ ହେବ। ସେ ଏହା ମଧ୍ୟ କହିଥିଲେ, ଗଣତାନ୍ତ୍ରିକ ଦେଶରେ ଗଣତାନ୍ତ୍ରିକ ପାର୍ଟି ରହିବା ଜରୁରୀ। କଂଗ୍ରେସ ଏବେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରାଉଛୁ, ଯାହା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ। ନିଜର ଅଧ୍ୟକ୍ଷ ପଦ ପ୍ରାର୍ଥୀତ୍ଵକୁ ନେଇ ସେ କହିଥିଲେ, ଲୋକେ କିଛି ବି କହିବାକୁ ଏବଂ ଚିନ୍ତା କରିବାକୁ ସ୍ଵତନ୍ତ୍ର।

ମୁଁ କେବଳ ନିଜ ଲେଖା ଜରିଆରେ କେବଳ ଏତିକି କହିଥିଲି ଯେ, ପାର୍ଟିରେ ନିର୍ବାଚନ ସଠିକ୍ ପଦକ୍ଷେପ। ମୋତେ ଜଣା ନଥିଲା ମୋର ଲେଖାକୁ ନେଇ ଏତେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯିବ। ନିର୍ବାଚନ ଲଢିବା ନେଇ ମୁଁ କୌଣସି ଆନୁଷ୍ଠାନିକ ଘୋଷଣା କରି ନାହିଁ। ଏବେ ମୁଁ ଏହି ମାମଲାରେ କିଛି କହିବାକୁ ଚାହିଁବି ନାହିଁ ବୋଲି ଥରୁର କହିଛନ୍ତି।

Related Articles

Back to top button