ପରଲୋକରେ ସିନେ ଅଭିନେତା ରାଇମୋହନ ପରିଡା

ଚଳଚ୍ଚିତ୍ର ଜଗତରେ ଶୋକର ଛାୟା

ଭୁବନେଶ୍ୱର: ଓଡ଼ିଆ ସିନେ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା | ପଳାଶୁଣି ପ୍ରାଚୀ ବିହାର ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି | ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି |

ଅଭିନେତା ରାଇମୋହନ ପରିଡ଼ାଙ୍କ ଜନ୍ମ ୧୯୬୩ ମସିହା ଜୁଲାଇ ୧୦ ରେ | କେନ୍ଦୁଝରରେ ଜନ୍ମ ନେଇଥିବା ରାଇମୋହନଙ୍କର ପିଲାବେଳୁ ଅଭିନୟ ପ୍ରତି ଦୁର୍ବଳତା ରହିଥିଲା | ସ୍କୁଲ ଓ କଲେଜରେ ପଢ଼ିବା ବେଳେ ମଧ୍ୟ ନାଟକରେ ଭାଗ ନେଇ ପୁରସ୍କୃତ ହୋଇଥିଲେ | ଅଭିନୟ ପ୍ରତି ତାଙ୍କର ରୁଚି ଦେଖି ତାଙ୍କ ବାପା ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳରେ ନାମ ଲେଖେଇଦେଲେ | ବାସ ତା ପରଠୁ ତାଙ୍କର ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିଲା ଅଭିନୟ ଜୀବନ | ଫିଲ୍ମ, ସିରିଏଲ, ଥିଏଟର, ଯାତ୍ରା ଆଦିରେ ଅଭିନୟ କରି ସେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି |

ଆଉ ଶୁଭିବନି ” ହେଇ ଅନାନି …ନାଇ ନାଇ ନାଇମ ” ସଂଳାପ | ଅଭିନୟରେ ବାରମ୍ବାର ମୃତ୍ୟୁବରଣ କରୁଥିବା କଳାକାରଙ୍କର ବାସ୍ତବ ଜୀବନରେ ଏଭଳି ମୃତ୍ୟୁକୁ କେହି ଗ୍ରହଣ କରିପାରୁନାହାନ୍ତି | ଏପରି ଖବର ଓଲିଉଡ ସିନେପ୍ରେମୀଙ୍କୁ ଶକ୍ତ ଝଟକା ଦେବା ସହ ଦୁଃଖରେ ମ୍ରିୟମାଣ ହେଇପଡିଛନ୍ତି ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର କଳାକାର ଓ ଟେକନିସିଆନଗଣ |

Related Articles

Back to top button