ରିଲିଜ୍‌ ହେଲା ‘ହିଟ୍‌ ଦି ଫାଷ୍ଟ କେସ’ର ଟ୍ରେଲର

ନିଜର ଉତ୍କୃଷ୍ଟ ଅଭିନୟ ପାଇଁ ଲୋକପ୍ରିୟ ଅଭିନେତା ରାଜକୁମାର ରାଓ ଖୁବଶୀଘ୍ର ତାଙ୍କ କ୍ରାଇମ୍‌ ଥ୍ରୀଲର ଫିଲ୍ମ ‘ହିଟ୍‌ ଦି ଫାର୍ଷ୍ଟ କେସ’ରେ ନଜର ଆସିବେ। ଟିଜର ପରେ ନିର୍ମାତା ଏବେ ଚଳଚ୍ଚିତ୍ରର ଦମ୍‌ଦାର ଟ୍ରେଲର ରିଲିଜ୍‌ କରିଛନ୍ତି। ଏଥିରେ ରାଜକୁମାରଙ୍କ ସହ ଅଭିନେତ୍ରୀ ସାନ୍ୟା ମାଲହୋତ୍ରାଙ୍କୁ ଦେଖିବାକୁ ମିଳିବ। ଟିଜର ରିଲିଜ୍ ହେବା ପରଠାରୁ ଦର୍ଶକମାନେ ଏହି ଚଳଚ୍ଚିତ୍ରକୁ ଆଗ୍ରହ ସହକାରେ ଅପେକ୍ଷା କରି ରହିଥିଲେ। ଏଭଳି ପରିସ୍ଥିତିରେ ଦର୍ଶକଙ୍କ ଏହି କୌତୁହଳକୁ ସାମାନ୍ୟ କମାଇ ନିର୍ମାତା ଏହାର ଟ୍ରେଲର ଲଞ୍ଚ କରିଛନ୍ତି।

ଟ୍ରେଲରରେ ରାଜକୁମାର ରାଓଙ୍କୁ ପୁଲିସ ଭୂମିକାରେ ଦେଖିବାକୁ ମିଳିଛି। ଏଥିସହ ସେ ଏକ ନିଖୋଜ ମାମଲାର ତଦନ୍ତ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ସମୟରେ ଅଭିନେତା ତାଙ୍କ ଅତୀତର ସ୍ମୃତି ସହ ଲଢେଇ କରୁଛନ୍ତି। ଅପରପକ୍ଷେ ସାନ୍ୟା ମଲହୋତ୍ରା ତାଙ୍କ ଗର୍ଲଫ୍ରେଣ୍ଡ ଭୂମିକାରେ ନଜର ଆସିଛନ୍ତି। ଏହା ବ୍ୟତୀତ ସାନୁ କୁମାର ଏବଂ ରୋହନ ସିଂହଙ୍କ ଭଳି ନୂଆ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରଟି ସମାନ ନାମର ତେଲୁଗୁ ଚଳଚ୍ଚିତ୍ରର ଏକ ହିନ୍ଦୀ ରିମେକ୍।

Related Articles

Back to top button