ଜ୍ୟାକଲିନଙ୍କ ଅଡୁଆ ବଢ଼ିଲା, ସମନ ଜାରି କଲା ପଟିଆଲା ହାଉସ କୋର୍ଟ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢ଼ିଛି । ବୁଧବାର ପଟିଆଲା ହାଉସ କୋର୍ଟ ସମନ ଜାରୀ କରିବା ସହ ସେପ୍ଟମ୍ବର ୧୨ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । ପ୍ରବର୍ତନ ନିର୍ଦ୍ଦେଶାଳୟ ୨୧୫ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲାରେ ଏହି ନିର୍ଦ୍ଦେଶାନାମା ଦେଇଛନ୍ତି । ଠକ ସୁକେଶ ଚନ୍ଦ୍ରଶେଖର ଅନ୍ୟମାନଙ୍କଠାରୁ ଜୋର ଜବରଦସ୍ତ ଅର୍ଥ ଆଦାୟ କରୁଥିବା କଥା ଜ୍ୟାକଲିନ ଜାଣିଥିବା ଇଡି ପକ୍ଷରୁ କୁହାଯାଇଛି । ସେ ୧୦ କୋଟି ଟଙ୍କାର ମହଙ୍ଗା ଉପହାର ସୁକେଶଠାରୁ ନେଇଛନ୍ତି । ସେହିପରି ୭କୋଟି ୧୨ ଲକ୍ଷ ଟଙ୍କାର ଏଫଡିକୁ ଇଡି ଆଟାଚ କରିଛି । ପୂର୍ବରୁ ପିଙ୍କି ଇରାନୀ ବିପକ୍ଷରେ ଚାର୍ଜଶିଟ ଦାଖଲ କରାଯାଇଛି । ସୂଚନାଯୋଗ୍ୟ ପିଙ୍କି ଠକ ସୁକେଶ ସହିତ ଜ୍ୟାକଲିନଙ୍କୁ ପରିଚିତ କରାଇଥିଲା । ସୁକେଶ ଅନ୍ୟ କେତେକ ମଡେଲ ଓ ଅଭିନେତ୍ରୀଙ୍କ ପିଛା ୨୦କୋଟି ଟଙ୍କା ଖର୍ଚ୍ଚ କରିଛି।