କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମୁମ୍ବାଇ: ବଲିଉଡ୍‌ର ଷ୍ଟାଣ୍ଡଅପ୍ କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜୁଙ୍କ ପତ୍ନୀ ଶିଖା ଶ୍ରୀବାସ୍ତବଙ୍କୁ ଫୋନ୍ କରି ରାଜୁଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହା ସହ ଚିକିତ୍ସା ପାଇଁ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଦେବାକୁ କହିଛନ୍ତି। ଅପର ପକ୍ଷରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ରାଜୁଙ୍କ ସ୍ଵାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।

ସୂଚନା ଅନୁଯାୟୀ ହାସ୍ୟ ଅଭିନେତା ରାଜୁଙ୍କ ସ୍ଵାସ୍ଥ୍ୟାବସ୍ଥା ବର୍ତ୍ତମାନ ଗମ୍ଭୀର ରହିଛି। ଚେତା ନଫେରିବାରୁ ସେ ଏବେ ଭେଣ୍ଟିଲେଟର ସପୋର୍ଟ ସିଷ୍ଟମରେ ଅଛନ୍ତି। ତାଙ୍କର ସ୍ଵାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ। ହୃଦ୍‌ଘାତ ହେବା ଫଳରେ ତାଙ୍କର ବ୍ରେନ୍ ଡ୍ୟାମେଜ୍ ହୋଇଯାଇଛି।

ଗତ ୨ ଦିନ ହେଲା ସେ ଚେତାଶୂନ୍ୟ ଅଛନ୍ତି। ରାଜୁଙ୍କ ଝିଅ ଅନ୍ତରା ଶ୍ରୀବାସ୍ତବ ଏବଂ ବନ୍ଧୁ ସୁନୀଲ ପାଲ ତାଙ୍କ ସ୍ଵାସ୍ଥ୍ୟାବସ୍ଥାର ଅପଡେଟ୍ ଦେଇ ପ୍ରାର୍ଥନା କରିବାକୁ ଅପିଲ୍ କରିଛନ୍ତି। ରାଜୁଙ୍କ ଚିକିତ୍ସା କରୁଥିବା କାର୍ଡିଓଲୋଜିଷ୍ଟ ଡଃ ସନ୍ଦୀପଙ୍କ ମୁତାବକ ହୃଦ୍‌ଘାତ ହେବାର ୪୮ ଘଣ୍ଟା ମଧ୍ୟରେ ରାଜୁ ଗୋଟିଏ ଥର ପାଦ ହଲାଇଛନ୍ତି। ଯାହାକି ଏକ ଭଲ ସଙ୍କେତ ବୋଲି ଡାକ୍ତର କହିଛନ୍ତି।

Related Articles

Back to top button