ପଞ୍ଜାବୀ ଗାୟକ ଜାନୀଙ୍କୁ ହତ୍ୟା ଧମକ

ପଞ୍ଜାବ: ପଞ୍ଜାବୀ ଗାୟକ ତଥା ଗୀତିକାର ଜାନୀ ଜୋହାନଙ୍କୁ ହତ୍ୟା ଧମକ ମିଳିଛି । ସେଥିପାଇଁ ତାଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଜାନି ଚିଠି ଲେଖିଛନ୍ତି । ଏଥିରେ ତାଙ୍କୁ ଗ୍ୟାଙ୍ଗଷ୍ଟାରଙ୍କ ତରଫରୁ ଜୀବନରୁ ମାରିବାକୁ ଧମକ ମିଳିଥିବା ନେଇ ଜାନି ଉଲ୍ଲେଖ କରିଛନ୍ତି । ସେଥିପାଇଁ ଜାନି ମୁଖ୍ୟମନ୍ତ୍ରୀଙ୍କ ସମେତ ଏଡୀଜୀପୀ ଓ ମୋହାଲୀ ଏସଏସପୀଙ୍କୁ ମଧ୍ୟ ନିଜ ସୁରକ୍ଷା ବଢ଼ାଇବାକୁ ଅନୁରୋଧ କରିଛନ୍ତି ।

ଜାନୀ ଜୋହାନ କହିଛନ୍ତି ଯେ, ଏପରି ଧମକ କାରଣରୁ ମୁଁ ପୂର୍ବରୁ ମୋ ପରିବାରକୁ ବିଦେଶ ପଠାଇ ସାରିଛି । ମୁଁ ଓ ମୋ ମ୍ୟାନେଜର ଏସବୁ କାରଣରୁ ମାନସିକ ଚାପରେ ରହୁଛୁ ।

ସୂଚନାଯୋଗ୍ୟ, ଦିନଦ୍ୱିପ୍ରହରରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ନୃଶଂସ ହତ୍ୟା ପରେ ପଞ୍ଜାବୀ କଳାକାର ନିଜ ସୁରକ୍ଷା ପ୍ରତି ଅଧିକ ସତର୍କ ହୋଇଯାଇଛନ୍ତି । ସେଥିପାଇଁ ସୁଟିଂ ଲାଗି ଅନ୍ୟ କେଉଁଠିକୁ ଯିବା ଜାନୀଙ୍କ ପାଇଁ ବାସ୍ତବରେ ବେଶ୍ କଠିନ ହୋଇଯାଇଛି ।

Related Articles

Back to top button