ରାଜୁ ଶ୍ରୀବାସ୍ତବଙ୍କ ଭାଇ କାଜୁ ଶ୍ରୀବାସ୍ତବଙ୍କ ବିଗିଡିଲା ସ୍ଵାସ୍ଥ୍ୟ, ଦିଲ୍ଲୀ ଏମ୍ସ ହସ୍ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ । ବର୍ତ୍ତମାନ ସେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅଭିନେତାଙ୍କର ଏପର୍ଯ୍ୟନ୍ତ ଚେତନା ଫେରି ନାହିଁ । ଯେଉଁଥିପାଇଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ତାଙ୍କ ସ୍ଵାସ୍ଥ୍ୟରେ ସୁଧାର ନଆସୁଣୁ ତାଙ୍କ ସାନଭାଇ କାଜୁ ଶ୍ରୀବାସ୍ତବ ସ୍ଵାସ୍ଥ୍ୟ ବିଗିଡି ଯାଇଛି।

କାଜୁ ଶ୍ରୀବାସ୍ତବଙ୍କୁ ଦିଲ୍ଲୀର ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ଉଭୟ ଭାଇଙ୍କୁ ଏବେ ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଯୁଦ୍ଧ କରୁଛନ୍ତି। ନିକଟରେ ରାଜୁଙ୍କ ଭାଇ କାଜୁଙ୍କର  ଦିଲ୍ଲୀର ଏମ୍ସରେ ମୁଣ୍ଡ ଅପରେସନ୍ ହେବାର ଥିଲେ। ଯେତେବେଳେ ରାଜୁ ହୃଦଘାତରେ ପୀଡିତ ହୋଇଥିଲେ।

ପରିବାର ସଦସ୍ୟଙ୍କ ଅନୁଯାୟୀ କାଜୁ ଶ୍ରୀବାସ୍ତବଙ୍କର କାନ ସମସ୍ୟା ରହିଛି। ତାଙ୍କ କାନରେ ଗୋଟିଏ ଗଣ୍ଠି ତଥା ବିଣ୍ଡି ଥିଲା, ଯେଉଁଥିପାଇଁ ସେ ଅନେକ ଥର ବେହୋସ ହୋଇଯାଇଥିଲେ । ଦିଲ୍ଲୀର ଏମ୍ସରେ କାଜୁଙ୍କ ଚିକିତ୍ସା ଚାଲିଥିଲା। ଯାଞ୍ଚ ବେଳେ ଜଣାପଡିଥିଲା କାଜୁ ମସ୍ତିଷ୍କରେ ପାଣି ପଳାଇ ଯାଇଛି । ପ୍ରଶଂସକମାନେ ଉଭୟ ଭାଇଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। କାଜୁ ଶ୍ରୀବାସ୍ତବ ମଧ୍ୟ ଜଣେ ହାସ୍ୟ ଅଭିନେତା।  ସେ ନିଜର କମେଡି ଶୋ’ ସହିତ ଟିଭିରେ ଏକ ଭଲ ନାମ ଅର୍ଜନ କରିଛନ୍ତି।

Related Articles

Back to top button