ରାଜୁ ଶ୍ରୀବାସ୍ତବଙ୍କ ବ୍ରେନ୍‌ କାମ କରୁନାହିଁ, କେବଳ ନିଶ୍ଵାସ ଚାଲୁଛି -ସୁନୀଲ୍‌ ପାଲ

ଦିଲ୍ଲୀ:  ହୃଦଘାତରେ ଶିକାର ହୋଇଥିବା ରାଜୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ । ହେଲେ ପୂର୍ବ ଅପେକ୍ଷା ରାଜୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା  ଅଧିକ ବିଗିଡି ଯାଇଛି। ଏମ୍ସରେ ଡାକ୍ତରମାନେ ଆଶା ହରାଇ ସାରିଥିବା ବେଳେ ରାଜୁଙ୍କ ପରିବାର କିନ୍ତୁ ଆଶା ଛାଡ଼ି ନାହାନ୍ତି। ରାଜୁ ହିରୋ ସେ ପୁଣିଥରେ ସୁସ୍ଥ ହୋଇଯିବେ ବୋଲି ପରିବାର ଲୋକେ କହୁଛନ୍ତି।

ଗତକାଲି ହଠାତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ତାଙ୍କ ବ୍ରେନ୍‌ରେ ଫୁଲା ଥିବା ଡାକ୍ତର ଜାଣିବାକୁ ପାଇଥିଲେ। ଦୀର୍ଘ ୯ ଦିନ ହେବ ରାଜୁଙ୍କ ବ୍ରେନ୍ ଡେମେଜ୍ ହୋଇଯାଇଛି। ଏଥିରେ କୌଣସି ସୁଧାର ଆସୁ ନାହିଁ। ସେ ଏବେ ବି ବେହୋସ ଅଛନ୍ତି।ଏବେ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି । ଏହି ସମୟ ମଧ୍ୟରେ ତାଙ୍କ ବନ୍ଧୁ ତଥା ହାସ୍ୟ ଅଭିନେତା ସୁନିଲ୍‌ ପାଲ ତାଙ୍କ ସ୍ୱାସ୍ଥ୍ୟ ଉପରେ ଏକ ବଡ ଅପଡେଟ୍‌ ଦେଇଛନ୍ତି।

ହାସ୍ୟ ଅଭିନେତା ସୁନୀଲ ପାଲ କହିଛନ୍ତି ରାଜୁ ଶ୍ରୀବାସ୍ତବ କେବଳ ନିଶ୍ୱାସ ନେଉଛନ୍ତି ତାଙ୍କର ମସ୍ତିଷ୍କ ଓ ଶରୀର ଆଦୌ କାମ କରୁନାହିଁ । ଅଗଷ୍ଟ ୧୦ ରେ ରାଜୁ ଶ୍ରୀବାସ୍ତବଙ୍କର ହୃଦଘାତ ହୋଇଥିଲା। ସେବେଠାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହେଲେ ମଝିରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଥିଲା, କିନ୍ତୁ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଦ୍ରୁତ ଗତିରେ ଖରାପ ହେବାରେ ଲାଗିଛି। ଡାକ୍ତରମାନେ ଯଥାସମ୍ଭବ ଚେଷ୍ଟା କରୁଛନ୍ତି ଏବଂ କେବଳ ତାଙ୍କ ପ୍ରଶଂସକ ନୁହଁନ୍ତି। ଅନେକ ସେଲିବ୍ରେଟ୍ ମଧ୍ୟ ରାଜୁ ଶ୍ରୀବାସ୍ତବଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି।

Related Articles

Back to top button