ରକ୍ଷାବନ୍ଧନ ଟ୍ରେଲର ରିଲିଜ୍‌

 ଅଗଷ୍ଟ ୧୧ରେ ଅକ୍ଷୟ କୁମାରଙ୍କ ‘ରକ୍ଷା ବନ୍ଧନ’ ହଲରେ ରିଲିଜ୍‌ ହେବ

ଆନନ୍ଦ ଏଲ. ରାୟଙ୍କ ଦ୍ବାରା ନିର୍ଦ୍ଦେଶିତ “ରକ୍ଷାବନ୍ଧନ”ର ଟ୍ରେଲର  ଗତକାଲି ଅର୍ଥାତ୍‌ ମଙ୍ଗଳବାର ରିଲିଜ କରାଯାଇଛି । “ବେଳେ ବେଳେ ଭାଇ ଗୋଟେ ସୁପର ହିରୋ ହେବାଠୁ ବି ବହୁତ ବଡ“। ନିଜ ସିନେମା ‘ରକ୍ଷାବନ୍ଧନ’ ଜରିଆରେ ଏହା କହୁଛନ୍ତି ଖିଲାଡି ଷ୍ଟାର ହିରୋ ଅକ୍ଷୟ କୁମାର। ଭାଇ ଭଉଣୀଙ୍କ ପବିତ୍ର ସଂପର୍କରେ କେବଳ ସ୍ନେହ ଆଉ ପ୍ରେମ ନୁହେଁ  ବରଂ ତ୍ୟାଗ ଏବଂ ଦାୟିତ୍ବ ବି ରହିଥାଏ। ଏହା ‘ରକ୍ଷାବନ୍ଧନ’ ସିନେମା ଜରିଆରେ ବହୁ ସୁନ୍ଦରଭାବେ ଦେଖେଇବାକୁ ଚେଷ୍ଟା କରାଯାଇଛି।

ଅଗଷ୍ଟ ୧୧ରେ ଅକ୍ଷୟ କୁମାରଙ୍କ ‘ରକ୍ଷା ବନ୍ଧନ’ ହଲରେ ରିଲିଜ୍‌ ହେବ। ଏହି ୨ ମିନିଟ୍ ୫୫ସେକେଣ୍ଡର ଏହି ଟ୍ରେଲରରେ ଦର୍ଶାଯାଇଛି ଯେ ଅକ୍ଷୟ କୁମାର ତାଙ୍କର ଚାରି ଭଉଣୀଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଅନ୍ତି । ଅକ୍ଷୟଙ୍କର ଏକମାତ୍ର ସ୍ୱପ୍ନ ହେଉଛି ତାଙ୍କ ଭଉଣୀମାନଙ୍କୁ ବିବାହ କରି ତାଙ୍କ ମା’ଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା । ଏହି ଚଳଚ୍ଚିତ୍ର ହେଉଛି ଏକ ପାରିବାରିକ ଡ୍ରାମା, ଯେଉଁଥିରେ ଭାଇ-ଭଉଣୀର ସମ୍ପର୍କ, ବନ୍ଧୁତ୍ୱର ଅବିସ୍ମରଣୀୟ ପ୍ରେମକୁ ଦର୍ଶାଯାଇଛି । ଏହା ଭିଡିଓକୁ ୧୫ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ଏହି ଟ୍ରେଲରଟି ୟୁଟ୍ୟୁବରେ ଏବେ ନମ୍ବର ୬ରେ ଟ୍ରେଣ୍ଡ କରୁଛି।

ଅକ୍ଷୟ କୁମାର ଏବଂ ଭୁମି ପେଡନେକରଙ୍କ ଯୋଡି ଫିଲ୍ମ ‘ରକ୍ଷା ବନ୍ଧନ’ ଜରିଆରେ ବକ୍ସ ଅଫିସରେ ଧମାଲ କରିବାକୁ ପ୍ରସ୍ତୁତ । ଦୁହେଁ ପ୍ରଥମ ଥର ପାଇଁ ‘ଟଏଲେଟ୍ ଏକ ପ୍ରେମ କଥା’ରେ ଏକାଠି ନଜର ଆସିଥିଲେ । ପ୍ରଶଂସକମାନେ ଦୁହିଁଙ୍କ ଯୋଡିକୁ ଖୁବ୍‌ ପସନ୍ଦ କରିଥିଲେ । ଏଥିସହିତ ଅମୀର ଖାନ ଏବଂ କରୀନା କପୁର ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଲାଲ ସିଂ ଚଢା’ ମଧ୍ୟ ସେହି ସମୟରେ ରିଲିଜ୍‌ ହେବ । ଉଭୟ ଚଳଚ୍ଚିତ୍ର ବକ୍ସ ଅଫିସରେ କିପରି ପ୍ରଦର୍ଶନ କରିବ ତାହା ଦେଖିବା ବାକି ରହିଲା।

Related Articles

Back to top button