କ୍ରିକେଟ୍‌ ଖେଳାଳୀ ଅଜିଙ୍କ୍ୟ ରାହାଣେ ସେୟାର କଲେ ଝିଅର ମଜାଦାର ଯୋଗ ଭିଡିଓ

ଭାରତୀୟ କ୍ରିକେଟ୍‌ ଦଳର ଖେଳାଳୀ ଅଜିଙ୍କ୍ୟ ରାହାଣେ । ସେ ତାଙ୍କ ଝିଅର ଫଟୋ ସୋସିଆଲ୍‌ ମିଡିଆରେ ଖୁବ୍‌ ସେୟାର କରନ୍ତି । କିନ୍ତୁ ଗତକାଲି ଯୋଗ ଦିବସ ଅବସରରେ ଝିଅର ଏକ ମଜାଳିଆ ଭିଡିଓ ପୋଷ୍ଟ କରିଛନ୍ତି । ଯାହା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

 

୨୧ ଜୁନ୍ ରେ ପାଳନ କରାଯାଉଥିବା ଆନ୍ତର୍ଜାତୀୟ ଯୋଗ ଦିବସରେ ଅଜିଙ୍କ୍ୟ ରାହାଣେ ତାଙ୍କ ଝିଅର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କ ଝିଅ ଆର୍ଯ୍ୟ ଯୋଗ କରୁଥିବାର ଦେଖିବାକୁ ମିଳୁଛି। ଭିଡିଓ ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି, ‘ ଯେମିତିକି ସେ କହୁଛନ୍ତି, ପିଲାଦିନରୁ ଶିକ୍ଷା ଦିଅ । ଝିଅର ଏହି ଭିଡିଓରେ ମା ରାଧିକା ଧୋପାଭକର ମଧ୍ୟ ଯୋଗ ଦେଖିବା ପରେ ହସିବା ବନ୍ଦ କରି ପାରୁ ନାହାନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ୍‌ ହେବା ସହ ଖୁବ୍‌ ପସନ୍ଦ କରାଯାଉଛି ।

ଅଜିଙ୍କ୍ୟ ଏବଂ ରାଧିକା ସେପ୍ଟେମ୍ବର ୨୦୧୪ରେ ବିବାହ କରିଥିଲେ। ୫ ବର୍ଷ ପରେ, ଆର୍ଯ୍ୟ ଅକ୍ଟୋବର ୨୦୨୯ରେ ଜନ୍ମଗ୍ରହଣ କରିଥିଲେ । ଅଜିଙ୍କ୍ୟ ପ୍ରାୟତଃ ତାଙ୍କ ପତ୍ନୀ ଏବଂ ଝିଅ ସହିତ ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି। କହିବାକୁ ଗଲେ ଅଜିଙ୍କ୍ୟ ଏବଂ ରାଧିକା ପିଲାଦିନରୁ ବହୁତ ଭଲ ବନ୍ଧୁ ଥିଲେ ।

Related Articles

Back to top button