ରାଜ୍ୟରେ ଗଠନ ହେବ ଡ୍ରାଇଭର କଲ୍ୟାଣ ବୋର୍ଡ

ଭୁବନେଶ୍ୱର:  ଖୁବଶୀଘ୍ର ରାଜ୍ୟରେ ଗଠନ ହେବ ଡ୍ରାଇଭର କଲ୍ୟାଣ ବୋର୍ଡ । ତେବେ ଏହି ବୋର୍ଡରେ କେଉଁମାନେ ସଦସ୍ୟ ରହିବେ ସେନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯିବ । ରବିବାର ରାଜ୍ୟ ଲୋକସେବା ଭବନରେ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ପରିବହନ ସଚିବ, ଶ୍ରମ ଓ ଆଇନ ବିଭାଗର ସଚିବମାନେ ଯୋଗ ଦେଇଥିଲେ ।

ସୂଚନା ମୁତାବକ, ଆସନ୍ତା ମାସ ପ୍ରଥମ ସପ୍ତାହରେ ଦାବି ପୂରଣ କରାଯିବ । ଏନେଇ ଡ୍ରାଇଭର ସଂଘକୁ ପ୍ରତିଶ୍ରୁତି ଦିଆଯାଇଛି । ଅନ୍ୟପକ୍ଷରେ ଧାର୍ଯ୍ୟ ସମୟ ପୂର୍ବରୁ ପ୍ରତିଶ୍ରୁତି ପୂରଣ ହେବାକୁ ଯାଉଥିବାରୁ ଏନେଇ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛି ଡ୍ରାଇଭର ସଂଘ । ଏହି ଅବସରରେ ସମସ୍ତ ଡ୍ରାଇଭର ଭାଇ ଓ ସଂଘ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୩ ମାସ ମଧ୍ୟରେ ଡ୍ରାଇଭର ସଂଘର ଦାବିର ସମାଧାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଥିଲା । ଏନେଇ ଗତ ମାର୍ଚ୍ଚ ମାସ ୧୬ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ସହିତ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଥିଲା । ଉକ୍ତ ବୈଠକରେ ଡ୍ରାଇଭର ସଂଘର ସଦସ୍ୟମାନେ ସାମିଲ ହୋଇଥିଲେ । ଗତ ମାସରେ ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ବଡ଼ଧରଣର ଆନ୍ଦୋଳନ କରାଯାଇଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ମୁଖ୍ୟ ଶସାନ ସଚିବ ନିବେଦନ କରିଥିଲେ ।

Related Articles

Back to top button