ଆସନ୍ତା ବର୍ଷ ପରଦାକୁ ଫେରୁଛି ‘ଏକ ଥା ଟାଇଗର’, ଇଦ୍‌ରେ ଗୁଡ ନ୍ୟୁଜ୍‌ ଦେବେ ସଲମାନ

ମୁମ୍ଵାଇ: ବ୍ଲକବଷ୍ଟର ଫିଲ୍ମ ‘ଏକ ଥା ଟାଇଗର’କୁ ୧୦ ବର୍ଷ ପୁରିଛି। ସଲମାନ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ ଏହି ଫିଲ୍ମରେ ଧମାକାଦାର ଆକ୍ସନ ଦେଖାଇଥିଲେ। କବୀର ଖାନ୍‌ଙ୍କ ନିର୍ଦ୍ଦେଶିତ  ଏହି ଫିଲ୍ମ ୨୦୧୨ ଅଗଷ୍ଟ ୧୫ରେ ରିଲିଜ୍‌ କରିଥିଲେ । ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଅନେକ ରେକର୍ଡ ସୃଷ୍ଟି କରିଥିଲା ​​। ବକ୍ସ ଅଫିସରେ ଏହାର ମୋଟ ରୋଜଗାର ୧୮୬ କୋଟିରୁ ଅଧିକ ହୋଇଥିଲା। ଚଳଚ୍ଚିତ୍ରର ଅପାର ସଫଳତା ପରେ ବର୍ତ୍ତମାନ ସଲମାନ ପାର୍ଟ-୩ ତଥା ‘ଟାଇଗର’ ‘ସହିତ ଦର୍ଶକଙ୍କୁ ପୁଣି ମନୋରଞ୍ଜନ କରିବାକୁ ଯାଉଛନ୍ତି। ‘ଟାଇଗର’ର ସୁଟିଂ ଶେଷ ହୋଇଛି। ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଇଦ୍ ଅବସରରେ ମୁକ୍ତିଲାଭ କରିବ।

 

‘ଏକ ଥା ଟାଇଗର’ର ୧୦ ବର୍ଷ ପୂରଣ ହେବା ପରେ ସଲମାନ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘# 10YearsOfEkthaTiger .. ଏବଂ ଯାତ୍ରା ଜାରି ରହିଛି । ଇଦ୍ ୨୦୨୩ରେ # Tiger-3 ପାଇଁ ପ୍ରସ୍ତୁତ ରୁହ।

ସଲମାନ-କ୍ୟାଟ୍ରିନାଙ୍କ ଆଗାମୀ ଚଳଚ୍ଚିତ୍ର ‘ଟାଇଗର -୩’ ୨୧ ଏପ୍ରିଲ୍‌ ୨୦୨୩ରେ ହିନ୍ଦୀ ସହିତ ତାମିଲ ଏବଂ ତେଲୁଗୁ ଭାଷାରେ  ରିଲିଜ୍‌ ହେବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ମନୀଶ ଶର୍ମା। ସବୁଠାରୁ ବଡ କଥା ହେଉଛି ଫିଲ୍ମରେ ଇମ୍ରାନ୍‌ ହାସମୀ ମଧ୍ୟ ନଜର ଆସିବେ ।

Related Articles

Back to top button