ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ଲାଗି ସଲମାନ ମାଗିଲେ ୧୦୫୦ କୋଟି !

ଟେଲି ପରଦାରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିଆଲିଟି ଶୋ’ ମଧ୍ୟରୁ ଗୋଟିଏ ହେଉଛି ‘ବିଗ୍‌ବସ୍‌’। ଖୁବ୍‌ଶୀଘ୍ର ଦର୍ଶକ ଏହାକୁ ପରଦାରେ ଦେଖିବାକୁ ପାଇବେ। ଏବେ ଏହି ଶୋ’କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସେଇଟି ହେଲା ଦବଙ୍ଗ ଖାନ ସଲମାନଙ୍କୁ ନେଇ।

ବିଗ୍‌ବସ୍‌ର ୧୨ଟି ସିଜନ ହୋଷ୍ଟ କରିଥିବା ସଲମାନ ଏଥର ନିଜର ପାଉଣା ତିନିଗୁଣା ବଢ଼ାଇଛନ୍ତି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସଲମାନ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ନଚେତ ସେ ଶୋ’କୁ ହୋଷ୍ଟ କରିବେ ନାହିଁ।

ଯଦି ଶୋ’ ନିର୍ମାତା ତାଙ୍କ କଥା ମାନି ନିଅନ୍ତି ତେବେ ସଲମାନଙ୍କୁ ୧୬ତମ ସିଜନ ଲାଗି ୧୦୫୦ କୋଟି ଟଙ୍କା ମିଳିବ। ପୂର୍ବ ସିଜନରେ ତାଙ୍କ ପାଉଣା ୩୫୦ କୋଟି ରହିଥିଲା। ଏହି କଥା ସତ ହେଲେ ସଲମାନ ଇତିହାସ ରଚିବେ ବୋଲି ଚର୍ଚ୍ଚା ଜୋର ଧରିଛି।

Related Articles

Back to top button