ନୂତନ ପ୍ରଜାତିର ମାଛ, ମେରୁଦଣ୍ଡରେ ରହିଛି ପ୍ରାୟ ୧୪୯ ଖଣ୍ଡ ହାଡ

ବ୍ରହ୍ମପୁର: ବଙ୍ଗୋପସାଗରରୁ ନୂତନ ପ୍ରଜାତିର କୋଚିଆ ମାଛ (ଆରିଅସୋମା ବେଙ୍ଗଲେନସ) ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର ଦ୍ବାରା ଚିହ୍ନଟ କରାଯାଇଛି । ଏ ନେଇ ବୈଜ୍ଞାନିକ ଡ. ଅନୀଲ ମହାପାତ୍ର ସୂଚନା ଦେଇଛନ୍ତି । ୨୦୧୯ ମସିହାରେ ପଶ୍ଚିମବଙ୍ଗ ସ୍ଥିତ ମାଛଧରା କେନ୍ଦ୍ରରୁ ଦୁଇ ଜଣ ମତ୍ସ୍ୟଜୀଜୀଙ୍କ ଦ୍ବାରା ଉଦ୍ଧାର କରାଯାଇଥିଲା । ଯାହାକୁ ଡ. ଦୀପାଞ୍ଜନ ରାୟ ସଂଗ୍ରହ କରିଥିଲେ ।

ଏହାର ପରୀକ୍ଷା  ନିରୀକ୍ଷା ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ରରେ ବୈଜ୍ଞାନିକ ଡ. ଅନୀଲ ମହାପାତ୍ର, ଶୁଭେନ୍ଦୁ ଶେଖର ମିଶ୍ର, ବଜାକୁଳ ମିଳନୀ ମହାବିଦ୍ୟାଳୟର ଆସିସଷ୍ଟାଣ୍ଟ ପ୍ରଫେସର ଡ. ଦୀପାଞ୍ଜନ ରାୟ ଏବଂ ଗବେଷିକା ସ୍ମୃତିରେଖା  ଆଚାର୍ଯ୍ୟଙ୍କ ଦ୍ବାରା  ମିଳିତ  ଭାବେ କରାଯାଇଥିଲା । ଗବେଷଣା ଶେଷରେ ଏହା ସମପ୍ରଜାତିଠାରୁ ସମ୍ପୂର୍ଣ୍ଣ ଭିନ୍ନ ନୂଆ ଜୀବ ବୋଲି ଜଣାପଡିଥିଲା ।

ଏହା ମୁଖ୍ୟତଃ ବଙ୍ଗୋପସାଗରରେ ମିଳୁଥିବାରୁ ଏହାର ନାମ ଆରିଅସୋମା ବେଙ୍ଗଲେନସ ବୋଲି ବୈଜ୍ଞାନିକମାନେ ନାମକରଣ କରାଯାଇଛି । ଯାହାର ମେରୁଦଣ୍ଡରେ ୧୪୬-୧୪୯ ଖଣ୍ଡ ହାଡ ରହିଛି  ଏବଂ ଲମ୍ବ ପ୍ରାୟ ୨୧୬-୩୦୪ ମିଲିମିଟର ।  ଏହାର ଶରୀର ଧୂସର ରଙ୍ଗ, ଆଖି ବହୁତ ବଡ ଏବଂ କଳା ରଙ୍ଗ । ଦାନ୍ତ ସମ ପ୍ରଜାତିମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଯାହାକି ଏବେ ଖ୍ୟାତି ସମ୍ପନ୍ନ ଆନ୍ତର୍ଜାତୀୟ ପତ୍ରିକା ଜୁଟ୍ୟାକ୍ସଆରେ ପ୍ରକାଶିତ ହୋଇଛି ।

Related Articles

Back to top button