ତାମିଲ ଫିଲ୍ମରେ ସଞ୍ଜୟ ଦତ୍ତ ଗ୍ୟାଙ୍ଗଷ୍ଟାର ଭୂମିକା କରିବେ

ମାଡ୍ରାସ: ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଲୋକେଶ କନଗରାଜ ତାଙ୍କର ଆଗାମୀ ଫିଲ୍ମ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଥାଲାପତି ବିଜୟ ଅଭିନୀତ ଏହି ଫିଲ୍ମରେ ସଞ୍ଜୟ ଦତ୍ତ ଗ୍ୟାଙ୍ଗଷ୍ଟାର ଭୂମିକା କରୁଛନ୍ତି । ସଞ୍ଜୟଙ୍କ ଏହା ପ୍ରଥମ ତାମିଲ ଫିଲ୍ମ ହେବାକୁ ଯାଉଛି । ପିଙ୍କଭିଲ୍ଲାରେ ପ୍ରକାଶିତ ଖବର ଅନୁସାରେ ଏହା ଏକ ଗ୍ୟାଙ୍ଗଷ୍ଟାର ଉପରେ ଆଧାରିତ ଆକ୍ସନ ଥ୍ରୀଲର। ପ୍ରାରମ୍ଭିକ ରିପୋର୍ଟରେ ଏଥିପାଇଁ ସଞ୍ଜୟଙ୍କୁ ୧୦ କୋଟି ଟଙ୍କା ଦିଆଯାଇଛି। ସେ ମଧ୍ୟ ଫିଲ୍ମ ପାଇଁ ରାଜି ହୋଇ ଯାଇଛନ୍ତି । ଆସନ୍ତା ବର୍ଷ ଦୀପାବଳୀରେ ସର୍ବ ଭାରତୀୟସ୍ତରରେ ଏହାକୁ ରିଲିଜ କରିବା ପାଇଁ ଯୋଜନା କରାଯାଉଛି ।

ନିକଟରେ କନଗରଜାଙ୍କ ବିକ୍ରମ ଫିଲ୍ମକୁ ସାଉଥ ବ୍ୟତୀତ ଉତ୍ତର ଭାରତ ଦର୍ଶକ ମଧ୍ୟ ପସନ୍ଦ କରିଥିଲେ । ଚଳିତ ବର୍ଷ ଅକ୍ଟୋବର କିମ୍ବା ନଭେମ୍ବରରେ ଏହି ଫିଲ୍ମ ଫ୍ଲୋରକୁ ଯି । ୨୦୨୩ରେ ବିଜୟଙ୍କ ୨ଟି ବଡ ଫିଲ୍ମ ରିଲିଜ ହେବାକୁ ଯାଉଥିବାରୁ ପ୍ରଶଂସକମାନେ ବେଶ ଉତ୍ସାହିତ ହୋଇ ପଡିଛନ୍ତି। ସେ ଏହା ପୂର୍ବରୁ ବିଜୟ ଆଫଟର ବରୀସୁରେ ଅଭିନୟ କରୁଛନ୍ତି।

Related Articles

Back to top button