କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘ସ୍କ୍ରୁ ଢିଲା’

ପ୍ରଶଂସକଙ୍କ ଅପେକ୍ଷା ଶେଷ ହୋଇଛି। ଆଗାମୀ ଫିଲ୍ମକୁ ନେଇ ସର୍ବଦା ସସ୍ପେନ୍ସ ରଖିଆସୁଥିବା କରଣ ଜୋହର ଶେଷରେ ସୋମବାର ଏକ ଭିଡିଓ ଜରିଆରେ ଆଗାମୀ ଫିଲ୍ମର ନାଁ ଘୋଷଣା କରିଛନ୍ତି। କରଣଙ୍କ ଧର୍ମା ପ୍ରଡକ୍ସନ୍ସର ନୂଆ ଫିଲ୍ମ ‘ସ୍କ୍ରୁ ଢିଲା’ର ଏକ ପ୍ରୋମୋ ଭିଡିଓ ପ୍ରକାଶ ପାଇଛି। ଏହି ପ୍ରୋମୋରେ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଚମତ୍କାର ଆକ୍ସନ ଦେଖିବାକୁ ମିଳୁଛି।

ଶଶାଙ୍କ ଖୈତାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଟାଇଗର ଶ୍ରଫ ନଜର ଆସିବେ କିନ୍ତୁ ଏପର୍ଯ୍ୟନ୍ତ ଫିଲ୍ମର ନାୟିକାଙ୍କ ବିଷୟରେ ଅଫିସିଆଲ୍‌ ଖୁଲାସା କରାଯାଇ ନାହିଁ।
ଏହି ଫିଲ୍ମରେ ଟାଇଗରଙ୍କ ସହ ରଶ୍ମିକା ମନ୍ଦନା ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। ଫିଲ୍ମର ଶୁଟିଂ ଭାରତ ତଥା ବିଦେଶରେ କରାଯିବ। ଏହାର ପ୍ରଥମ ଶୁଟିଂ ୟୁରୋପରେ ହେବ। ୨୦୨୩ରେ ଫିଲ୍ମଟି ମୁକ୍ତିଲାଭ କରିବ।

Related Articles

Back to top button