ମନ୍ନତରେ ତ୍ରିରଙ୍ଗା ଉଡାଇଲେ ଶାହରୁଖ

ସମଗ୍ର ଦେଶ ପାଳନ କରୁଛି ୭୬ ତମ ସ୍ବାଧୀନତା ଦିବସ। ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବକୁ ଆଜାଦୀ କା ଅମୃତ ମହୋତ୍ସବ ଭାବେ ପାଳନ କରୁଛି ସାରା ଦେଶ। ଏଥିସହ ସାରା ଦେଶରେ ଜାରି ରହିଛି ହର ଘର ତ୍ରିରଙ୍ଗା ଅଭିଯାନ। ଘରେ ଘରେ ତ୍ରିରଙ୍ଗା ଉଡାଇବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅଭିଯାନରେ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଉତ୍ସାହର ସହ ଅଂଶଗ୍ରହଣ କରୁଛନ୍ତି। ବଲିଉଡର କିଙ୍ଗ ଖାନ ଶାହରୁଖ ପୁରା ପରିବାର ସହିତ ତାଙ୍କ ଘର ମନ୍ନତରେ ତ୍ରିରଙ୍ଗା ଉଡାଇଛନ୍ତି। ତାଙ୍କ ସ୍ତ୍ରୀ ଗୌରୀ ଖାନ ସୋସିଆଲ ମିଡିଆରେ ଏହି ଫଟୋ ଶେୟାର କରିଛନ୍ତି। ଫଟୋରେ ଶାହାରୁଖ ଏବଂ ଗୌରୀଙ୍କ ବ୍ୟତୀତ ଉଭୟ ପୁଅ ଆର୍ଯ୍ୟନ ଏବଂ ଅବରାମ ମଧ୍ୟ ନଜର ଆସିଛନ୍ତି। ପୁରା ପରିବାର ଧଳା ପୋଷାକ ପିନ୍ଧିଥିଲେ।

 

ଅନ୍ୟପକ୍ଷରେ କିଙ୍ଗ ଖାନ ସ୍ବାଧୀନତା ଏବଂ ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ ଉପରେ ଏକ ଲମ୍ବା ପୋଷ୍ଟ ଲେଖି ଟୁଇଟରରେ ଏହି ଭିଡିଓ ଶେୟାର କରିଛନ୍ତି। ଶାହାରୁଖ ଲେଖିଛନ୍ତି, ନିଜ ପିଲାମାନଙ୍କୁ ଭାରତର ସ୍ବାଧୀନତା ଏବଂ ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ ବିଷୟରେ ଶିକ୍ଷା ଦେଉଛି, ଯଦିଓ ଏଥିପାଇଁ ଆଉ କିଛି ମିଟିଂ କରିବାକୁ ପଡିବ। ଆମେ ସମସ୍ତେ ଗର୍ବିତ।

Related Articles

Back to top button