ଫିଲ୍ମ ‘Salaar’କୁ ନେଇ ବଡ ଘୋଷଣା କରିବେ ମେକର୍ସ: ମୁଖ୍ୟ ଭୂମିକାରେ ପ୍ରଭାସ୍‌

ମୁମ୍ଵାଇ: ପାନ ଇଣ୍ଡିଆ ଷ୍ଟାର ତଥା ସାଉଥଷ୍ଟାର ପ୍ରଭାସ। ତାଙ୍କର ଆଗାମୀ ଫିଲ୍ମ ‘ସାଲାର’। ଏହି ଫିଲ୍ମ ପାଇଁ ଅନେକ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି। ଏହି ଫିଲ୍ମର କେବଳ ପ୍ରଭାସଙ୍କ ଲୁକ୍ ସାମ୍ନାକୁ ଆସିଛି। ପ୍ରଭାସଙ୍କ ଲୁକରୁ ଏହା ସ୍ପଷ୍ଟ ହୋଇଛି ଯେ ଅଭିନେତା ‘ସାଲାର’ରେ ବହୁତ ଭଲ ଅଭିନୟ ସହ ଦମ୍‌ଦାର ଆକ୍ସନ ରହିଛି। କିନ୍ତୁ ଏହା ବ୍ୟତୀତ ଫିଲ୍ମ ସହ ଜଡିତ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିବାକୁ ଯାଉଛି।

ଫିଲ୍ମର ବ୍ୟାନରରେ ନିର୍ମିତ ‘ସାଲାର’ର ନିର୍ମାତାମାନେ ଅଗଷ୍ଟ ୧୫ ଅର୍ଥାତ୍‌ ଆଜି ଫିଲ୍ମ ସହ ଜଡିତ ଏକ ବଡ ଘୋଷଣା କରିବାକୁ ଯାଉଛନ୍ତି। ଯାହାର ଟ୍ୱିଟରର ପୋଷ୍ଟରେ ସେୟାର କରାଯାଇଛି। ଏହି ପୋଷ୍ଟରରେ ଲେଖାଯାଇଛି କି ୧୫  ଅଗଷ୍ଟ ଦିନ ୧୨:୫୮ ରେ ଏକ ବଡ଼ ଘୋଷଣା ହେବ । ଶ୍ରୁତି ହାସନ ପ୍ରଭାସଙ୍କ ବିପକ୍ଷରେ ନଜର ଆସିବେ। ଆସନ୍ତା ବର୍ଷ ୨୦୨୩ସୁଦ୍ଧା ‘ସାଲାର୍’ ରିଲିଜ୍ କରିବେ ବୋଲି ଆଶା କରାଯାଉଛି।

ଏହି ପୋଷ୍ଟରରେ କୌଣସି କଳାକାରଙ୍କ ଚେହେରା ଦୃଶ୍ୟମାନ ନାହିଁ। କିନ୍ତୁ ଏଥିରେ ନିଶ୍ଚିତ ଭାବରେ ଆକ୍ସନ୍ ଦୃଶ୍ୟର ଝଲକ ଅଛି । ଟ୍ୱିଟକୁ ନେଇ ପ୍ରଭାସଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ‘ଏହା କନ୍ନଡ ଏବଂ ତେଲୁଗୁ ଭାଷାରେ ହେବ କି?’ ଅନ୍ୟ ଜଣେ ଲେଖିଛନ୍ତି, ‘ଫାଇନାଲି।’ ସେହିଭଳି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ‘ଅପେକ୍ଷା କରିପାରିବ ନାହିଁ। ପ୍ରଶାନ୍ତ ନୀଲ୍’ ସାଲାର୍’ର ନିର୍ଦ୍ଦେଶନା ଦେଉଥିବା ବେଳେ।

Related Articles

Back to top button