ଶୁକ୍ରବାର ବହୁ ପ୍ରତୀକ୍ଷିତ ଫିଲ୍ମ‘ ଶମଶେରା’ ରିଲିଜ୍‌ ହେବ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ‘ ଶମଶେରା’ ଜୁଲାଇ ୨୨ ଅର୍ଥାତ୍‌ ଶୁକ୍ରବାର ପ୍ରେକ୍ଷାଳୟରେ ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ନେଇ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ବାଣୀ କପୁରଙ୍କ କେମେଷ୍ଟ୍ରିକୁ ଦର୍ଶକ ପ୍ରଥମ ଥର ପାଇଁ ପରଦାରେ ଦେଖିବେ। ରଣବୀର,ବାଣୀଙ୍କ ବ୍ୟତିତ ସଞ୍ଜୟ ଦତ୍ତଙ୍କୁ ମଧ୍ୟ ଲିଡ୍‌ ରୋଲ୍‌ରେ ଦେଖିବାକୁ ମିଳିବ। ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଥିଲା। ଏହାକୁ ଦେଖିବା ପରେ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ବିଶେଷ କରି ରଣବୀର ଏବଂ ସଞ୍ଜୟଙ୍କ ଲୁକ୍‌କୁ ଦେଖିବା ପରେ ଦର୍ଶକଙ୍କ ଉତ୍ସାହ ବଢିବାରେ ଲାଗିଥିଲା। ତେବେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶୁକ୍ରବାର ରିଲିଜ୍‌ ହେବ ‘ ଶମଶେରା’। କରଣ ମାଲହୋତ୍ରା ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମଟି ହିନ୍ଦୀ ବ୍ୟତୀତ ତାମିଲ୍‌ ଏବଂ ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ। ସେହିପରି ଖୁବ୍‌ଶୀଘ୍ର ଓଟିଟି ପ୍ଲାର୍ଟଫର୍ମରେ ଫିଲ୍ମ‘ ଶମଶେରା’ରିଲିଜ୍‌ ହେବ। ହେଲେ କେବେ ରିଲିଜ୍‌ ହେବ ତାହାକୁ ନେଇ କୌଣସି ଘୋଷଣା କରାଯାଇନାହିଁ। କରୋନା କାରଣରୁ ଏହି ଫିଲ୍ମ ରିଲିଜ୍‌ରେ ବିଳମ୍ବ ହୋଇଥିଲା ।

Related Articles

Back to top button