ଶୁଟିଂ ସମୟରେ ଶିଳ୍ପାଙ୍କ ଗୋଡ ଭାଙ୍ଗିଲା

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସହ ବଡ଼ ଦୁର୍ଘଟଣା ଘଟିଛି। ଆଗାମୀ ସିରିଜର ଶୁଟିଂ ସମୟରେ ତାଙ୍କ ଗୋଡ ଭାଙ୍ଗି ଯାଇଛି। ଶିଳ୍ପା ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ଏନେଇ ସୂଚନା ଦେଇଛନ୍ତି। ଫଟୋରେ ତାଙ୍କୁ ଏକ ହ୍ବିଲ୍‌ ଚେୟାର୍‌ରେ ବସି ଡାକ୍ତରଖାନାରେ ଦେଖିବାକୁ ମିଳୁଛି। ତାଙ୍କ ଗୋଡ ମଧ୍ୟ ବ୍ୟାଣ୍ଡେଜ୍‌ ହୋଇଛି। ଆହତ ସତ୍ତ୍ୱେ ତାଙ୍କ ମୁହଁରେ ହସ ଆଗଭଳି ରହିଛି। ସେ ବିଜୟ ଚିହ୍ନ ମଧ୍ୟ ଦେଖାଉଛନ୍ତି। ଫଟୋ କ୍ୟାପସନରେ ସେ ଲେଖିଛନ୍ତି, ରୋଲ୍‌ କ୍ୟାମେରା ଆକ୍ସନ-‘ବ୍ରେକ ଏ ଲେଗ’ … ଏବଂ ମୁଁ ପ୍ରକୃତରେ ଏହା କରିଥିଲି। ବର୍ତ୍ତମାନ ଛଅ ସପ୍ତାହ ଧରି ଶୁଟିଂ କରିପାରିବି ନାହିଁ, କିନ୍ତୁ ବର୍ତ୍ତମାନ ମୁଁ ଅଧିକ ଶକ୍ତିଶାଳୀ ଏବଂ ଭଲ ଭାବରେ ଫେରି ଆସିବି। ସେପର୍ଯ୍ୟନ୍ତ ପ୍ରାର୍ଥନା କରନ୍ତୁ।

ଶିଳ୍ପା ଶେଟ୍ଟୀ ଗୋଆରେ ତାଙ୍କର ଆଗାମୀ ୱେବ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’ ପାଇଁ ଶୁଟିଂ କରୁଥିଲେ। ଏହି ସିରିଜର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ଶେଟ୍ଟୀ। ନିକଟରେ ଶୁଟିଂ ସମୟରେ ଶିଳ୍ପାଙ୍କ ଏକ ଭିଡିଓ କ୍ଲିପ ପ୍ରଶଂସକଙ୍କ ସହ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା। ଏହି ଭିଡିଓରେ ସେ ଜବରଦସ୍ତ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଥିଲା। ଏହି ସିରିଜ୍‌ରେ ସେ ଜଣେ ମହିଳା ପୋଲିସ ଭୂମିକାରେ ନଜର ଆସିବେ।
ଶିଳ୍ପା ନିକଟରେ ନିକାମା ଫିଲ୍ମରେ ନଜର ଆସିଥିଲେ। ସାବିର ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍‌ ହୋଇଛନ୍ତି।

Related Articles

Back to top button