ରାଜସ୍ବ ନିରୀକ୍ଷକ ୮ ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜିଲ୍ଲା ଅଚ୍ୟୁତପୁର ରାଜସ୍ୱ ନିରୀକ୍ଷକ ଗୌରାଙ୍ଗ ସବର । ମିଉଟେସନ୍ ଇନକ୍ବାରୀ ରିପୋର୍ଟ ଦେବା ନେଇ ଦିପକ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭୂବନେଶ୍ବର ଭିଜିଲାନ୍ସ ଟିମ ହାତରେ ଧରାପଡିଛନ୍ତି ଏହି ସରକାରୀ ଅଧିକାରୀ । ପୁର୍ବରୁ ପ୍ରସ୍ତୁତ ରହିଥିବା ଭିଜିଲାନ୍ସ ଟିମ୍ ଆର୍‌ଆଇ ନେଇଥିବା ୮ ହଜାର ଟଙ୍କାକୁ ଜବତ କରିଛି । ଅଚ୍ୟୁତପୁର ଆର୍‌ଆଇ ଗୌରାଙ୍ଗ ସବରଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଭୁବନେଶ୍ବର ଭିଜିଲାନ୍ସ ବିଭାଗ ।

Related Articles

Back to top button