କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ୮୪ ବର୍ଷ ବୟସରେ ପରଲୋକ

ବର୍ଷିଆନ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ୮୪ ବର୍ଷ ବୟସରେ ପରଲୋକ ଘଟିଛି। କୋଲକାତାର ସଲ୍ଟଲେକରେ ଥିବା ବାସଭବନରେ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି। ହଠାତ ହୃଦଘାତ ହେବାରୁ ତାଙ୍କୁ ଡାକ୍ତରଖାନୁ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୭୦ ଦଶକରେ ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରି ଘରେ ଘରେ ନିଜର ପରିଚିତି ସୃଷ୍ଟି କରିପାରିଥିଲେ।

ସେ ଏକାଧିକ ଓଡ଼ିଆ ଓ ବଙ୍ଗଳା ସିନେମାରେ କଣ୍ଠଦାନ କରିଛନ୍ତି। ଅଦିନ ମେଘ, ସ୍ତ୍ରୀ, ଘରସଂସାର, ଅନୁତାପ ଓ ମେଘ ମୁକ୍ତି ଭଳି ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରି ଲୋକପ୍ରିୟତାର ଶୀର୍ଷରେ ପହଂଚିଥିଲେ। ନିଦ ଭରା ରାତି, ମଧୁ ଝର ଜହ୍ନ…ଗୀତ ଆଜି ମଧ୍ୟ ଲୋକମାନଙ୍କ ମଧ୍ୟରେ ନିର୍ମଳା ମିଶ୍ରଙ୍କ ଯାଦୁକରୀ କଣ୍ଠର ସ୍ୱତନ୍ତ୍ରତା ପ୍ରତିପାଦିତ କରୁଛି।

Related Articles

Back to top button