ନଵମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ନୂଆ ଵିଷୟ, ବିପର୍ଯ୍ୟୟ ପରିଚାଳନା ପାଠ ପଢିବେ ଛାତ୍ରଛାତ୍ରୀ

କଟକ: ସ୍କୁଲ ପିଲା ପଢ଼ିବେ ବିପର୍ଯ୍ୟୟ ପରିଚାଳନା ପାଠ । ବନ୍ୟା, ବାତ୍ୟା ଆଦିରୁ କିଭଳି ସୁରକ୍ଷା ପାଇବେ ସେସବୁ ଉପରେ ସେମାନେ ଶିକ୍ଷାଗ୍ରହଣ କରିବେ । ଏଥିପାଇଁ ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ୍‌ ୨୦୨୩ ରୁ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପାଠ୍ୟକ୍ରମ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ନଵମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ନୂଆ ଵିଷୟ ରହିବ । ବିପର୍ଯ୍ୟୟ ପରିଚାଳନା ଉପରେ ସ୍ୱତନ୍ତ୍ର ପାଠ୍ୟକ୍ରମ ସ୍ଥାନ ପାଇବ । ମହାମାରୀ ପରିଚାଳନା ଉପରେ ମଧ୍ୟ ସ୍ବତନ୍ତ୍ର ପାଠ୍ୟକ୍ରମ ସ୍ଥାନିତ କରାଯିବ । ନଵମ ଓ ଦଶମରେ ଚଳିତ ଵର୍ଷ ପଢାହେଵ ଦୁଇ ନୂଆ ଵିଷୟ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହେଲା ନୂଆ ପାଠ୍ୟକ୍ରମ । ଏନେଇ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ ।

ସୂଚନା ଥାଉକି, କିଛିଦିନ ତଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସ୍ପଷ୍ଟ କରିଥିଲେ । ସେ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି ବିପର୍ଯ୍ୟୟ ପରିଚାଳନାକୁ ପାଠ୍ୟକ୍ରମରେ ସାମିଲ କରିବାକୁ । ଏହି ଅନୁସାରେ ପ୍ରସ୍ତୁତି ଆରମ୍ଭ ହୋଇଛି । ୨୦୨୩ ପାଇଁ ଯେଉଁ ବହି ପ୍ରିଣ୍ଟ ହେଉଛି, ସେଥିରେ ଏହି ପାଠ୍ୟକ୍ରମ ରହିବ ।

Related Articles

Back to top button