ମନି ଲଣ୍ଡରିଂ ମାମଲାରେ ନୋରାଙ୍କୁ EOWର ପଚରାଉଚୁରା

ମୁମ୍ଵାଇ: ସୁକେଶ ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବ୍ୟତୀତ ଅଭିନେତ୍ରୀ ନୋରା ଫତେହିଙ୍କ ସମସ୍ୟା ମଧ୍ୟ ବଢିବାରେ ଲାଗିଛି। ଉଭୟଙ୍କୁ EOW ଦ୍ୱାରା ପଚରାଉଚରା କରାଯାଉଛି । ଏହି ଅଭିନେତ୍ରୀଙ୍କୁ ପ୍ରାୟ ୬ଘଣ୍ଟା ପଚରାଉଚରା କରାଯାଇଥିଲା। କହିବାକୁ ଗଲେ ପଚରାଉଚରା ବେଳେ ଅଭିନେତ୍ରୀ ନିଜକୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି ଏବଂ ଷଡଯନ୍ତ୍ରର ଶିକାର ହୋଇଛନ୍ତି ବୋଲି କହିଛନ୍ତି।

ଗଣମାଧ୍ୟମ ଅନୁଯାୟୀ ଅଭିନେତ୍ରୀ ନୋରାଙ୍କୁ ପଚରାଉଚରା ବେଳେ EOW କୁ କହିଛନ୍ତି ଯେ ମୁଁ ଷଡଯନ୍ତ୍ରର ଶିକାର ହୋଇଛି। ମୁଁ କୌଣସି ଷଡଯନ୍ତ୍ର କରି ନାହିଁ। ଏହା ବ୍ୟତୀତ ସେ ଅନେକ ପ୍ରଶ୍ନର ଆଶ୍ଚର୍ଯ୍ୟଜନକ ଉତ୍ତର ଦେଇଥିଲେ । ତାଙ୍କୁ ତାମିଲନାଡୁର ଏକ ଚ୍ୟାରିଟି କାର୍ଯ୍ୟକ୍ରମରେ ତାଙ୍କୁ କିଏ ନିମନ୍ତ୍ରଣ କରିଥିଲା? ତାହା ପ୍ରଶ୍ମର ଉତ୍ତରରେ ଅଭିନେତ୍ରୀ ଜଣେ ଅଧିକାରୀ ଜୈଦି ନାମ ନେଇଥିଲେ । ସୁପର କାର୍ ଆର୍ଟିଷ୍ଟଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମ ପାଇଁ ଜୈଦି ଏକ୍ସାଇଡ୍ ଏଣ୍ଟରଟେରଟେମ୍ଟ ପ୍ରାଇଭେଟ ଲିମିଟେଡର ପ୍ରମୋଟର ବୋଲି ଦାବି କରିଥିଲେ। ଏହା ବ୍ୟତୀତ, ଯେତେବେଳେ ତାଙ୍କର ଟ୍ରାଭେଲ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବିଷୟରେ ପଚରାଗଲା। ସେତେବେଳେ ନୋରା ଲୀନା ପାଲ ନାମକ ଜଣେ ମହିଳାଙ୍କ ନାମ ନେଇଥିଲେ ।

EOW ନୋରାଙ୍କୁ ବିଏମଡବ୍ଲୁ କାର ବିଷୟରେ ମଧ୍ୟ ପଚାରିଥିଲା, ଯେଉଁଥିରେ ଅଭିନେତ୍ରୀ କହିଥିଲେ ଯେ ତାଙ୍କ ପାଖରେ ବିଏମଡବ୍ଲୁ କାର ଥିବାରୁ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଲୀନ ଏଵଂ ପିଙ୍କି ସହ ସାକ୍ଷାତ ବିଷୟରେ ପଚରାଯିବାରୁ ଉତ୍ତର ନୋରା କହିଛନ୍ତି – ସେ ଏକ ଇଭେଣ୍ଟରେ ଲୀନାଙ୍କୁ ଭେଟିଥିଲେ। ଏହା ସହିତ ଲୀନା ମଧ୍ୟ ତାଙ୍କ ସ୍ୱାମୀଙ୍କୁ ଫୋନ କରିଥିଲେ।  କାରଣ ସେ ନୋରାଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ। ଏହି ସମୟ ମଧ୍ୟରେ ତାଙ୍କୁ କୁହାଯାଇଥିଲା ଯେ ତାଙ୍କୁ ବିଏମଡବ୍ଲୁ ପରି ଏକ ମହଙ୍ଗା କାର ଦିଆଯାଉଛି ବୋଲି କହିଥିଲେ।

ସବୁଠାରୁ ବଡ କଥା ଅଭିନେତ୍ରୀ କହିଛନ୍ତି ଯେ ଯେତେବେଳେ ସୁକେଶ କଲ ଏବଂ ମେସେଜ୍‌ ଲଗାତାର ଆସିବା ପରେ ଗିଫ୍ଟକୁ ନେଇ ଲୋଭ ଦେଖାଇଲେ। ସେତେବେଳେ ନୋରାଙ୍କୁ ଠିକ୍‌ ଲାଗିଲା ନାହିଁ ସେ ତାଙ୍କ ମ୍ୟାନେଜରଙ୍କୁ କହି ସହ ସବୁ କିଛି ଭାଙ୍ଗି ଦେଇଥିଲେ । କହିବାକୁ ଗଲେ ଅଧିକାରୀମାନେ ଅଭିନେତ୍ରୀଙ୍କୁ ନଅ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଥିଲେ ଏବଂ ପ୍ରାୟ ୫୦ ଟି ପ୍ରଶ୍ନ ପଚାରିଥିଲେ।

Related Articles

Back to top button