ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ଦେଶର ୪୦ ଟି ସ୍ଥାନରେ ଇଡିର ଚଢ଼ାଉ

ନୂଆଦିଲ୍ଲୀ: ଦିଲ୍ଲୀର ଅବକରୀ ନୀତି ଘୋଟାଲା ମାମଲାରେ ଇଡି ସକ୍ରିୟ ହୋଇଛି। ଏହି ମାମଲାରେ ହାଇଦ୍ରାବାଦ, ବାଙ୍ଗାଲୋର ଏବଂ ଚେନ୍ନାଇ ସମେତ ଦେଶର ୪୦ ଟି ସ୍ଥାନରେ ଚଢ଼ାଉ କରିଛି। କେବଳ ହାଇଦ୍ରାବାଦର ୨୫ ଟି ସ୍ଥାନରେ ରେଡ୍ ହୋଇଥିବା ସୂଚନା ମିଳିଛି। ଏ ନେଇ ଇଡି ଆଜି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନଙ୍କୁ ଇଡି ଜେରା କରିବ ବୋଲି ସୂଚନା ରହିଛି।

ଗୁରୁବାର ସିବିଆଇର ସ୍ୱତନ୍ତ୍ର ବିଚାରପତି ସତ୍ୟନ୍ଦ୍ର ଜୈନଙ୍କୁ ପଚରାଉଚରା କରିବାକୁ ଅନୁମତି ଦେଇଥିଲେ। ଆପର ଏହି ନେତା ଏବେ ତିହାର ଜେଲରେ । ଏହିଠାରେ ଇଡିକୁ ଜେରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ କିନ୍ତୁ ଇଡି ଦେଶର ବିଭିନ୍ନ ସ୍ଥାନରେ ରେଡ୍ କରିଛି।

ଏହି ମାମଲାରେ ସିବିଆଇ ମଧ୍ୟ ତଦନ୍ତ କରୁଛି । ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘର ଏବଂ ବ୍ୟାଙ୍କ ଲକର ଉପରେ ମଧ୍ୟ ଯାଞ୍ଚ କରିଛି ସିବିଆଇ। ଏହି ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟି ଏବଂ ବିଜେପି ମଧ୍ୟରେ ମୁହାଁମୁହିଁ ସ୍ଥିତି ରହିଛି । ଗତ କିଛି ଦିନ ହେବ ଦିଲ୍ଲୀ ଅବକାରୀ ପ୍ରସଙ୍ଗକୁ ନେଇ ଦୁଇ ଦଳ ମୁହାଁମୁହିଁ ହୋଇଛନ୍ତି।

Related Articles

Back to top button