ଆସିଲା ‘ଦି ଘୋଷ୍ଟ’ର ଟ୍ରେଲର ଭିଡିଓ, ଭୟଙ୍କର ଲୁକ୍‌ରେ ନାଗାର୍ଜୁନ୍‌

ମୁମ୍ବାଇ: ନିକଟରେ ‘ବ୍ରହ୍ମାସ୍ତ୍ର’ ଫେମ୍‌ ଅଭିନେତା ନାଗାର୍ଜୁନଙ୍କ ଫିଲ୍ମ ‘ଘୋଷ୍ଟ’ର ଟିଜର ଭିଡିଓ ରିଲିଜ ହୋଇଛି। ତଲୱାରୀ କରୁଥିବା ନାଗାର୍ଜୁନ, ଫିଲ୍ମର ଏହି ପ୍ରଥମ ପୋଷ୍ଟର ଲୁକରେ ବହୁତ ଭୟଙ୍କର ଷ୍ଟାଇଲ୍‌ରେ ଦେଖିବାକୁ ମିଳିଛି। ଯାହାକୁ ଦେଖି ଫ୍ୟାନ୍ସମାନେ ଖୁବ୍‌ ଭୟଭିତ ହୋଇଛନ୍ତି । ନିର୍ମାତାମାନେ ଫିଲ୍ମର ଟିଜର ଭିଡିଓ ରିଲିଜ୍ କରିବା ସମୟରେ ଚରିତ୍ର ବିଷୟରେ କହିଛନ୍ତି। ଏହାକୁ ନେଇ ନିର୍ମାତାମାନେ ଲେଖିଛନ୍ତି, ‘ତୁମେ ତାଙ୍କୁ ମାରି ପାରିବ ନାହିଁ କି ତାଙ୍କଠାରୁ କେଉଁ ଆଡେ ଯାଇପାରିବ ନାହିଁ । କେବଳ ଦୟା ପାଇଁ ଭିକ୍ଷା ମାଗି ପାରିବ ।

ନାଗାର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର ‘ଦି ଘୋଷ୍ଟ’ର ଟିଜରରେ ଆପଣ ଏକ ରକ୍ତ ଚନ୍ଦ୍ର ଦେଖିବାକୁ ମିଳିବ । ଯାହା ସାମ୍ନାରେ ଜଣେ ବ୍ୟକ୍ତି ତାଙ୍କ ହାତରେ ଖଣ୍ଡା ଧରି ଠିଆ ହୋଇଛନ୍ତି। ତାଙ୍କ ବିପକ୍ଷରେ ଅନେକ ଲୋକ ଠିଆ ହୋଇଛନ୍ତି । ଯେଉଁମାନେ ହଠାତ୍ ତାଙ୍କ ଆଡକୁ ଦୌଡନ୍ତି। ଏହା ପରେ ନାଗାର୍ଜୁନ ସମସ୍ତଙ୍କୁ ଏକ ଧାକଡ ଅନ୍ଦାଜ୍‌ରେ ଖଣ୍ଡା ଦ୍ୱାରା କାଟି ଦିଅନ୍ତି। ଟିଜରରେ ବହୁ ଭୟଭିତ କଲା ପରି ହୋଇଛି ।

ସୁଟ୍-ବୁଟ୍ ରେ ନାଗାର୍ଜୁନ ଏକ ହଲିଉଡ୍ ଚଳଚ୍ଚିତ୍ରର ଜଣେ ଭିଲେନ୍ ଭଳି ଲାଗୁଛନ୍ତି। ଫିଲ୍ମର ଟିଜର ଦେଖିବା ପରେ ଆପଣ କହିପାରିବେ ଯେ ନିର୍ମାତାମାନେ ଏହା ବିଷୟରେ କହିବା ଭୁଲ୍ ନୁହେଁ। ଫିଲ୍ମର ମାତ୍ର ୪୯ ସେକେଣ୍ଡର ଏହି ଟିଜର ଭିଡିଓଟି ବହୁତ ଭାଇରାଲ୍‌ ହେବାରେ ଲାଗିଛି

Related Articles

Back to top button