ଆଜି ହରିଶୟନ ଏକାଦଶୀ

ପୁରୀ: ଆଜି ମହାପ୍ରଭୁଙ୍କ ହରିଶୟନ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ନିର୍ଘଣ୍ଟ ଅନୁଯାୟୀ ରାତି ସାଢେ ୧ଟାରେ ଶୟନ ଠାକୁରେ ବିଜେ ହେବେ । ପୂଜାପଣ୍ଡା ସାମନ୍ତ ଶୟନ ଠାକୁର ତିନି ମୂର୍ତ୍ତି ସୁବର୍ଣ୍ଣ ପ୍ରତିମାଙ୍କୁ ରଥ ଉପରକୁ ଆଣିବେ । ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ବାସୁଦେବଙ୍କୁ, ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଭୁବନେଶ୍ୱରୀଙ୍କୁ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଶ୍ରୀନାରାୟଣ(ଶୟନଠାକୁର)ଙ୍କୁ ବିଜେ କରାଇବେ। ଶୟନ ଠାକୁରଙ୍କୁ ହାତରେ ବିଜେ କରାଇ ପୂଜାପଣ୍ଡା ସାମନ୍ତମାନେ ଭଣ୍ଡାର ଦୁଆରକୁ ନେବେ। ସେଠାରେ ବିଧି ମୁତାବକ ଶୟନ ନୀତି ଅନୁଷ୍ଠିତ ହେବ ।

Related Articles

Back to top button