ପ୍ରେମିକାର ଶବକୁ ପ୍ରେସର କୁକରରେ ସିଝାଇ କୁକୁରକୁ ଖାଇବାକୁ ଦେଉଥିଲା ପ୍ରେମିକ

ମୁମ୍ବାଇ: ପୁଣି ଶ୍ରଦ୍ଧା ମର୍ଡର କେସ୍ ରିପିଟ୍ । ଲିଭ-ଇନ୍ ପାର୍ଟନରକୁ ନିର୍ମମ ହତ୍ୟା ପରେ ଗଛ କଟା କଟରରେ କାଟିଲା ନୃଶଂସ ପ୍ରେମିକ । ଦୁର୍ଗନ୍ଧ ନହେବା ପାଇଁ ପ୍ରେସର କୁକରରେ ସିଝାଉଥିଲା ଶରୀରର ଅଂଶ । ମୁମ୍ବାଇ ମୀରା ରୋଡସ୍ଥିତ ଏକ ଆପାର୍ଟମେଣ୍ଟରୁ ମୃତଦେହ ଖଣ୍ଡ ଜବତ କରିବା ସହ ଅଭିଯୁକ୍ତ ୫୬ ବର୍ଷୀୟ ମନୋଜ ସାହାଣିକୁ ଗିରଫ କରିଛି ପୋଲିସ ।

ମନୋଜଙ୍କ ଫ୍ଲାଟରୁ ଦୁର୍ଗନ୍ଧ ବାହାରୁଥିବାରୁ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୀରା ରୋଡସ୍ଥିତ ଆପାର୍ଟମେଣ୍ଟରେ ପହଞ୍ଚିବା ପରେ ଫ୍ଲାଟରୁ ମୃତଦେହ ଖଣ୍ଡ ଜବତ କରିଥିଲା । ଏହାସହ ପ୍ରେସରରେ ସିଝା ଯାଇଥିବା ମୃତଦେହ ଖଣ୍ଡ ମଧ୍ୟ ପୋଲିସ ଜବତ କରିଛି । ମହିଳାଙ୍କ ମୃତ୍ୟୁ ପ୍ରାୟ ୪ ଦିନ ପୂର୍ବରୁ ହୋଇଥିବା ଜଣାପଡ଼ିଥିବା ବେଳେ ସେଥିରୁ ଉତ୍କଟ ଦୁର୍ଗନ୍ଧ ବାହାରୁଥିଲା । ପୋଲିସ ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ମୃତ ମହିଳା ଜଣକ ୩୨ ବର୍ଷୀୟ ସରସ୍ବତୀ ବୈଦ୍ୟ ଓ ମନୋଜ ସେହି ଫ୍ଲାଟରେ ଗତ ତିନି ବର୍ଷ ଧରି ଭଡ଼ାରେ ରହିଆସୁଥିଲେ । ୨୦୧୪ ମସିହାରୁ ଉଭୟ ଲିଭ ଇନ ପାର୍ଟନର ଭାବେ ରହି ଆସୁଥିଲେ ।

Related Articles

Back to top button