କମ୍ବିଂ ଅପରେସନ ବେଳେ ଠାବ ହେଲା ବୋମା

କମ୍ବିଂ ଅପରେସନ ବେଳେ ଠାବ ହେଲା ବୋମା । ବଡ଼ ଅଘଟଣରୁ ବର୍ତ୍ତିଲେ BSF ଯବାନ । ସୀମା ସୁରକ୍ଷା ବଳ  ଯବାନଙ୍କ ଏକ ଟିମ୍ ମାଲକାନଗିରି ଜିଲ୍ଲାର ମାଟେରୁ ପଞ୍ଚାୟତ ଅନ୍ତର୍ଗତ କମାରଗୁଡା ଗ୍ରାମ ନିକଟ ଜଙ୍ଗଲରେ କମ୍ବିଂ ଅପରେସନ୍ କରୁଥିବାବେଳେ ପାଞ୍ଚଟି ଜେଲାଟିନ୍ ବୋମା ଉଦ୍ଧାର କରିଛନ୍ତି । ଯବାନ ମାନେ  କମ୍ବିଂ ଅପରେସନ୍ କରୁଥିବାବେଳେ ଏକ ଧାତୁ ଡିଟେକ୍ଟର ସାହାଯ୍ୟରେ ସେମାନେ ଏକ ଗଛ ନିକଟରେ ପୋତି ହୋଇଥିବା ବୋମା ଠାବ କରିପାରିଥିଲେ ।

ସୂଚନା ମୁତାବକ, କମ୍ବିଂ ଅପରେସନ ପାଇଁ ୧୪୨ ବାଟାଲିୟନର ବିଏସ୍ଏଫ୍ ଯବାନମାନେ ବାହାରିଥିଲେ । ସେମାନେ ପଡ଼ିଆ ଥାନା କମାରଗୁଡା ଜଙ୍ଗଲରେ ପାଟ୍ରୋଲିଂ କରୁଥିଲେ । ସେହି ସମୟରେ ଯବାନମାନେ ଉକ୍ତ ଅଞ୍ଚଳରେ ମେଟାଲ ଡିଟେକ୍ଟର ସାହାଯ୍ୟରେ ଜଙ୍ଗଲରେ ଲୁଚାଇ ରଖା ଯାଇଥିବା ୫ଟି ଟିଫିନ୍ ବୋମା ଠାବ କରିବାରେ ସକ୍ଷମ ହୋଇଥିଲେ । ଏହାପରେ ସେମାନେ ବୋମା ନିଷ୍କ୍ରିୟକାରୀ ଟିମକୁ ଖବର ଦେଇଥିଲେ । ଖବର ପାଇ ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ବୋମାଗୁଡ଼ିକୁ ନିଷ୍କ୍ରିୟ କରିଥିବାର ସୂଚନା ମିଳିଛି । ତେବେ ସେହି ଅଞ୍ଚଳ ଛତିଶଗଡ଼କୁ ଲାଗି ରହିଥିବାରୁ ସୁରାକ୍ଷା ବାହିନୀକୁ ଟାର୍ଗେଟ କରି ନକ୍ସଲମାନେ ଏହି ବୋମା ଜଙ୍ଗଲରେ ପୋତିଥିବାର ଅନୁମାନ କରାଯାଉଛି ।

Related Articles

Back to top button