ଲଣ୍ଡନରେ ନନ୍ଦିତାଙ୍କୁ ବିବାହ କରିବେ ବିଦ୍ୟୁତ୍‌ ଜମାଲ

ମୁମ୍ବାଇ ୧୩।୦୭: ବିଦ୍ୟୁତ ଜମାଲଙ୍କର ଗତ ବର୍ଷ ତଥା ସେପ୍ଟେମ୍ବର ୨୦୨୧ରେ ନନ୍ଦିତା ମହତାନୀଙ୍କ ସହ  ନିର୍ବନ୍ଧ ହୋଇଥିଲା। ପ୍ରେମର ସଙ୍କେତ ଭାବରେ ତାଜମହଲ ସମ୍ମୁଖରେ ପୋଜ୍ କରୁଥିବାବେଳେ ଉଭୟ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ବର୍ତ୍ତମାନ ଶୁଣିବାକୁ ମିଳିଛି କି ତାଙ୍କ ବିବାହର ପ୍ରସ୍ତୁତି ଚାଲିଛି। ଏ ମାସର ଏକ ବିଶେଷ ତାରିଖରେ ହିଁ ଉଭୟଙ୍କର ହାତଗଣ୍ଠି ପଡିବ ବୋଲି କୁହାଯାଉଛି ।

ନିକଟରେ ବିଦ୍ୟୁତ ଜାମୱାଲ ଏବଂ ନନ୍ଦିତା ମହତାନି ଲଣ୍ଡନରେ ଅଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ କୁହାଯାଇଛି କି ଯେଉଁଠାରେ ସେ ତାଙ୍କ ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । କିନ୍ତୁ ତାହା ଏବେ ଶେଷ ହୋଇଛି । ସେ ତାଙ୍କ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହୁଁଛନ୍ତି, ତେଣୁ ଏଥିପାଇଁ ସେ କିଛି ଦିନ ପୂର୍ବରୁ ଉଭୟ ଲଣ୍ଡନରେ ପହଞ୍ଚିଛନ୍ତି। କୁହାଯାଉଛି ଯେ ଆସନ୍ତା ୧୫ ଦିନ ମଧ୍ୟରେ ଉଭୟ ବିବାହ କରିବେ ଏବଂ ପରେ ସେମାନେ ଭାରତକୁ ଫେରିବେ।

କହିବାକୁ ଗଲେ ବିଦ୍ୟୁତ ଫିଲ୍ମ ଖୁଦା ହାଫିଜରେ ନଜର ଆସିଛନ୍ତି । ତେଣୁ ଏବେ ତାଙ୍କ ହାତ ଆହୁରି ବଡ ବଡ ପ୍ରୋଜେକ୍ଟ ରହିଛି । କିନ୍ତୁ ଏବେ ବିବାହ ପରେ ହିଁ ଫିଲ୍ମରେ ନଜର ଆସିବେ।

Related Articles

Back to top button