ଦିଲ୍ଲୀ ବିମାନବନ୍ଦରରେ ଦମ୍ପତିଙ୍କଠାରୁ ମିଳିଲା ୪୫ ପିସ୍ତଲ

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୁଧବାର ଏକ ଭାରତୀୟ ଦମ୍ପତିଙ୍କ ନିକଟରୁ ୪୫ ପିସ୍ତଲ ଜବତ ହୋଇଛି। ଘଟଣାରେ ଉଭୟଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଜଗଜିତ୍‌ ସିଂ ଏବଂ ଯଶବିନ୍ଦର ସିଂ। ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ(ଏନ୍‌ଏସ୍‌ଜି)ର ଆତଙ୍କବାଦ ନିରୋଧୀ ୟୁନିଟ୍‌ ଏହାର ତଦନ୍ତ କରୁଛି। ପିସ୍ତଲଗୁଡ଼ିକ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ଥିଲେ ବୋଲି ଏନ୍‌ଏସ୍‌ଜି ଜାଣିବାକୁ ପାଇଛି। ଏହାର ମୂଲ୍ୟପ୍ରାୟ ୨୨ ଲକ୍ଷ ୫୦ ହଜାର ଟଙ୍କା ହେବ।
ଏବଂ ଯଶବିନ୍ଦର ଗତ ୧୦ ତାରିଖରେ ଭିଏତନାମର ହୋ ଚି ମିନ୍‌ ସହରରୁ ଭାରତକୁ ଫେରିଥିଲେ। ସର୍ଭେଲାନ୍ସ ପାଇଁ ତାଙ୍କୁ ଅଟକ ରଖାଯାଇଥିଲା। ଜଗ୍‌ଜିତଙ୍କ ୨ଟି ଟ୍ରଲି ବ୍ୟାଗ୍‌ରୁ ପିସ୍ତଲ ବାହାରିଥିଲା। ଜଗଜିତ୍‌ଙ୍କ ଭାଇ ମନ୍‌ଜିତ ସିଂ ପ୍ୟାରିସ୍‌ରୁ ଭିଏତନାମରେ ପହଞ୍ଚିବା ପରେ ତାଙ୍କୁ ଏହି ବ୍ୟାଗ୍‌ ଦେଇଥିଲେ। ଯଶବିନ୍ଦର ଟ୍ରଲିରେ ଲାଗିଥିବା ଟ୍ୟାଗ୍‌ ନଷ୍ଟ କରିବାରେ ସ୍ବାମୀଙ୍କୁ ସହଯୋଗ କରିଥିଲେ। ଏହା ପୂର୍ବରୁ ସେମାନେ ତୁର୍କୀରୁ ୨୫ ପିସ୍ତଲ ଭାରତକୁ ଆଣିଥିବା କଥା ମଧ୍ୟ ସ୍ବୀକାର କରିଛନ୍ତି।

Related Articles

Back to top button