‘ଜଓ୍ବାନ’ ଫିଲ୍ମ ପାଇଁ ୨୧ କୋଟି ଟଙ୍କା ନେଲେ ବିଜୟ ସେଥୁପଥି

ମୁମ୍ଵାଇ: ବଲିଉଡ୍‌ର କିଙ୍ଗ ଖାନ୍‌ ଶାହରୁଖ । ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଜୱାନ’ ପାଇଁ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ପ୍ରଶଂସକମାନେ ଉତ୍ସାହର ସହିତ ତାଙ୍କୁ ଏବଂ ତାଙ୍କୁ ଫିଲ୍ମକୁ ଅପେକ୍ଷା କରିଛନ୍ତି। ନିକଟରେ ବିଜୟ ସେଥୁପତି ଫିଲ୍ମରେ ଥିବା ଖବର ଅଧିକ ଗୁଜବ ସୃଷ୍ଟି କରିଛି। ଖବର ଅନୁଯାୟୀ ଏହି ଚଳଚ୍ଚିତ୍ରରେ ବିଜୟ ସେଥୁପତି ଭିଲେନ ତଥା ଖଳନାୟକ ଭୂମିକାରେ ଅଭିନୟ କରିବେ। କେବଳ ଏତିକି ହିଁ ନୁହେଁ ଏଥିପାଇଁ ସେ ମୋଟା ଅଙ୍କର ଚାର୍ଜ କରିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ବିଜୟ ସେଥୁପତି ଏହି ଚଳଚ୍ଚିତ୍ର ପାଇଁ ତାଙ୍କର ସର୍ବାଧିକ ଫି ଆଦାୟ କରୁଛନ୍ତି। ବିକ୍ରମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବିଜୟ ୧୫କୋଟି ଟଙ୍କା ନେଇଥିଲେ। କିନ୍ତୁ ସେ ଏହି ଚଳଚ୍ଚିତ୍ର ପାଇଁ ତାଙ୍କ ଫି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଯଦି ରିପୋର୍ଟରେ କୁହାଯାଉଛି କି ସେ ଜୱାନ ପାଇଁ ୨୧ କୋଟି ଟଙ୍କା ନେବେ। କହିବାକୁ ଗଲେ ଏହି ଚଳଚ୍ଚିତ୍ରର ମୋଟ ବଜେଟ୍ ୩୦୦ କୋଟିରୁ ଅଧିକ କୁହାଯାଉଛି ।

ସବୁଠାରୁ ବଡ କଥା ହେଲା ବିଜୟ ଜୱାନରେ କାମ କରିବାକୁ ପାଇଁ ୨ଟି ବଡ ଆକ୍ସନ୍ ଫିଲ୍ମକୁ ରିଜେକ୍ଟ କରିଛନ୍ତି। କୁହାଯାଉଛି ଯେ ଶାହାରୁଖ ଖାନଙ୍କ ଫିଲ୍ମରେ ତାଙ୍କ ଚରିତ୍ର ଏତେ ଶକ୍ତିଶାଳୀ ଯେ ସେ ଏହି ଦୁଇଟି ଚଳଚ୍ଚିତ୍ର ଛାଡିବାରେ କୌଣସି ଅସୁବିଧାର ନାହିଁ।

Related Articles

Back to top button