ଲୋକପ୍ରିୟ ୟୁଟ୍ୟୁବର ଗୌରବ ତନେଜାଙ୍କୁ ଗିରଫ କଲା ପୋଲିସ୍‌

ୟୁଟ୍ୟୁବର୍ ଗୌରବ ତନେଜା ତାଙ୍କ ଫ୍ୟାନ୍ସଙ୍କ ଜନ୍ମଦିନ ପାଳନ କରିବା ପଡିଲା ମହଙ୍ଗା।

ଲୋକପ୍ରିୟ ୟୁଟ୍ୟୁବର୍ ଗୌରବ ତନେଜା ତାଙ୍କ ଫ୍ୟାନ୍ସଙ୍କ ଜନ୍ମଦିନ ପାଳନ କରିବା ପଡିଲା ମହଙ୍ଗା। ଏବଂ ଏଥିପାଇଁ ପୋଲିସ ତାଙ୍କୁ ଗିରଫ କରିଛି । ଶନିବାର ନୋଏଡାର ସେକ୍ଟର ୫୨ ମେଟ୍ରୋ ଷ୍ଟେଶନ୍‌ରେ ଜନ୍ମ ଦିନ ପାଳନ କରିବାକୁ ପହଞ୍ଚିଥିଲେ। ଯାହାର ସୂଚନା ସୋସିଆଲ୍‌ ମିଡିଆରେ ଦିଆଯାଇତିଲା। ଗୌରବ ଜନ୍ମଦିନ ପାଳନ କରିବା ଯୋଗୁଁ ସେଠାରେ ବହୁ ସଂଖ୍ୟାରେ ଭିଡ ହୋଇଥିଲା, ଯେଉଁଥିପାଇଁ ମେଟ୍ରୋ କର୍ମଚାରୀମାନେ ଅନ୍ୟମାନଙ୍କ ସହ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପ୍ରଥମେ ଗୌରବଙ୍କୁ ପୋଲିସ ହେପାଜତରେ ନେଇଥିଲା ଏବଂ ପରେ ଗିରଫ କରିଥିଲା।

ତେଣୁ ବିନା ଅନୁମତିରେ ଉତ୍ସବରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିବା ୧୪୪ ଧାରା ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଧାରା ୩୪୧ ଏବଂ ୧୮୮ ଅନୁଯାୟୀ ଗୌରବ ବିରୋଧରେ ଏକ ମାମଲା ରୁଜୁ ହୋଇଛି। କୁହାଯାଉଛି ଯେ ଶୀଘ୍ର ଗୌରବ ଜାମିନ ମିଳିପାରେ।

ବାସ୍ତବରେ, ଗୌରବ ତାଙ୍କର ସମସ୍ତ ଫ୍ୟାନ୍ସ ଫଲୋର୍ସ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ ଯେ ସେ ନୋଏଡା ମେଟ୍ରୋ ଷ୍ଟେସନରେ ତାଙ୍କ ଜନ୍ମଦିନ ପାଳନ କରିବେ । ଗୌରବଙ୍କ ପୋଷ୍ଟ ଯୋଗୁଁ ସେଠାରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା ଏବଂ ସେଠାରେ ଭିଡ ହୋଇଯାଇଥିଲା, ପରେ ସେଠାରେ ପୋଲିସ୍‌ ପହଞ୍ଚି ତାଙ୍କୁ ଗିରଫ କରିଥିଲା ।

Related Articles

Back to top button