ଏପ୍ରିଲ ପହିଲାରୁ ଛତିଶଗଡରେ ବେରୋଜଗାରଙ୍କ ବ୍ୟାଙ୍କ ଖାତାକୁ ଆସିବ ୨୫୦୦ ଟଙ୍କା ଲେଖାଏଁ ବେକାରି ଭତ୍ତା

ରାୟପୁର: ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୂର୍ବ ଘୋଷଣା ଅନୁଯାୟୀ ଆସନ୍ତା ଏପ୍ରିଲ ୧ରୁ ରାଜ୍ୟରେ ବେରୋଜଗାରଙ୍କୁ ୨୫୦୦ ଟଙ୍କା ଲେଖାଏଁ ମାସିକ ବେକାରି ଭତ୍ତା ଦିଆଯିବ। ଏହି ଯୋଜନା ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଅର୍ଥ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବ ।
ଏଥିସହ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ ଏବଂ ନିଯୁକ୍ତି ପାଇଁ ସହାୟତା ଯୋଗାଇ ଦିଆଯିବ।ଯେଉଁ ବେରୋଜଗାରୀଙ୍କ ପରିବାରର ବାର୍ଷିକ ଆୟ ୨.୫ଲକ୍ଷରୁ ଉର୍ଦ୍ଧ ହେଉନଥିବ ସେମାନଙ୍କୁ ଏହା ମିଳିବ ।

ତେବେ ଏଥିପାଇଁ ସେମାନେ ଛତିଶଗଡର ନାଗରିକ ହୋଇଥିବା ଆବଶ୍ୟକ ଏବଂ ସେମାନଙ୍କ ବୟସ ଏପ୍ରିଲ ୧ ସୁଦ୍ଧା ୧୮ରୁ ୩୫ବର୍ଷ ମଧ୍ୟରେ ହୋଇଥିବା । ଏଥିସହ ଏହି ପେନ୍ସନ ପାଇବାକୁ ହିତାଧିକାରୀ ଅତି କମରେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବେ ଏବଂ ସେମାନଙ୍କ ନାମ ଏମ୍ଲୟମେଣ୍ଟ ଏକ୍ସଚେଞ୍ଚରେ ପଞ୍ଜିକରଣ କରାଯାଇଥିବ ।

ସେହିପରି ଆବଦେନକାରୀଙ୍କର ନିଜର କୌଣସି ରୋଜଗାର ନଥିବ । ସେମାନେ ଯେଉଁ ଆୟ ପ୍ରମାଣପତ୍ର ଦେବେ ତାହା ଜଣେ ତହସିଲଦାର କିମ୍ବା ରାଜସ୍ୱ ବିଭାଗର ଅଧିକାରୀ ପ୍ରଦାନ କରିଥିବେ ।

Related Articles

Back to top button