ଭାରତ ଗସ୍ତରେ ତିନି ଥର ଆସିଥିଲେ ରାଣୀ ଏଲିଜାବେଥ ଦ୍ୱିତୀୟ

ଗୁରୁବାର  ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ମୃତ୍ୟୁ ଘଟିଛି। ମୃ୍ତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା। ସେ ବ୍ରିଟେନର ରାଣୀ ଭାବରେ ୭୦ ବର୍ଷ ଶାସନ କରିଥିଲେ। ଏଲିଜାବେଥ ଦ୍ୱିତୀୟ ତାଙ୍କ ଜୀବନ କାଳରେ ତିନି ଥର ଭାରତ ଗସ୍ତ କରିଥିଲେ। ଏହି ସମୟରେ ସେ ଭାରତର ସମସ୍ତ ରାଜନୈତିକ ନେତାଙ୍କୁ ଭେଟିଥିଲେ।

ବ୍ରିଟେନର ରାଣୀ ତାଙ୍କ ସମୟରେ  ପ୍ରଥମେ ୧୯୬୧ ମସିହାରେ ଭାରତ ଗସ୍ତ କରିଥିଲେ। ଏହା ପରେ, ୧୯୮୩ ରେ ଏବଂ ପରେ ୧୯୯୭ ରେ ଆସିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଏପରି ଜଣେ ବ୍ୟକ୍ତି ଯିଏକି ଶେଷ ଥର ପାଇଁ (ବ୍ରିଟେନରେ) ଏଲିଜାବେଥଙ୍କୁ ଭେଟିଥିଲେ। ସେ ୨୦୧୫ ରେ ବ୍ରିଟେନର ରାଣୀଙ୍କୁ ଏବଂ ପୁନର୍ବାର ୨୦୧୮ରେ ବକିଙ୍ଗହମ୍ ପ୍ୟାଲେସରେ ଭେଟିଥିଲେ।

ରାଣୀ ଏଲିଜାବେଥ୍ ଦ୍ୱିତୀୟ ୧୯୬୧ ମସିହାରେ ଭାରତ ଗସ୍ତ କରିଥିଲେ। ଏହି ସମୟରେ ସେ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କୁ ଭେଟିଥିଲେ। ସେ ପ୍ରସାଦଙ୍କ ନିମନ୍ତ୍ରଣ କ୍ରମେ ଭାରତ ଗଣତନ୍ତ୍ର ଦିବସରେ ସାମିଲ ହୋଇଥିଲେ।

୧୯୮୩ରେ ଦ୍ୱିତୀୟ ଥର ପାଇଁ ରାଣୀ ଭାରତ ଗସ୍ତ କରିଥିଲେ। ସେ ତତ୍କାଳୀନ ରାଷ୍ଟ୍ରପତି ଜିଆନି ଜେଲ ସିଂଙ୍କ ନିମନ୍ତ୍ରଣ କ୍ରମେ ଭାରତ ଆସିଥିଲେ। ବ୍ରିଟେନର ରାଣୀ ଏଲିଜାବେଥ ମଧ୍ୟ ସେହି ବର୍ଷ (୧୯୮୩ ମସିହାରେ) ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଭେଟିଥିଲେ। ୧୯୮୩ ମସିହାରେ, ରାଣୀ କୋଲକତାରେ ମଦର ଟେରେସାଙ୍କୁ ଭେଟି ସମାଜରେ ଅବଦାନ ପାଇଁ ତାଙ୍କୁ ‘ଅର୍ଡର ଅଫ୍ ମେରିଟ୍’ ସମ୍ମାନରେ ସମ୍ମାନିତ କରିଥିଲେ।

ଦେଶ ସ୍ୱାଧୀନ ହେବା ପୂର୍ବରୁ ଇଂରେଜ ମାନେ ଆମକୁ ଶାସନ କରୁଥିଲେ। ଏହି ସମୟରେ ଜାଲିଓ୍ୱାନା ବାଗ୍ ଭଳି ହତ୍ୟାକାଣ୍ଡ ଘଟିଥିଲା। ଯାହାକି ଇତିହାସର କଳାଫର୍ଦ୍ଦରେ ରହିଛି। ଅମୃତସରରେ ୧୯୧୯ ମସିହାରେ ଘଟିଥିବା ଜଲିଆନୱାଲା ବାଗ ହତ୍ୟାକାଣ୍ଡର ଘଟଣାସ୍ଥଳକୁ ଏହି ଗସ୍ତ ସମୟରେ ରାଣୀ ଏଲିଜାବେଥ ଓ ରାଜା ପରିଦର୍ଶନ କରିଥିଲେ। ରାଜା ଯୁଗରେ ବ୍ରିଟିଶ ଜେନେରାଲଙ୍କ ନିର୍ଦ୍ଦେଶରେ ନିହତ ହୋଇଥିବା ହଜାର ହଜାର ଲୋକଙ୍କ ପାଇଁ ରାଣୀ ଏଲିଜାବେଥ ଏବଂ ତାଙ୍କ ସ୍ୱାମୀ ପରେ କ୍ଷମା ମାଗିଥିଲେ।

୧୯୯୭ ମସିହାରେ ତୃତୀୟ ଥର ପାଇଁ ଏଲିଜାବେଥ ଭାରତ ଗସ୍ତରେ ଆସିଥିଲେ। ଯାହା ତାଙ୍କର ଶେଷ ଗସ୍ତ ଥିଲା। ଏହି ସମୟରେ ସେ ପୂର୍ବତନ ରାଷ୍ଟ୍ରପତି କେ.ଆର ନାରାୟଣଙ୍କୁ ଭେଟିଥିଲେ। ବ୍ରିଟିଶ ଇତିହାସରେ ଏଲିଜାବେଥ ସର୍ବ ପୁରାତନ ଏବଂ ଦୀର୍ଘତମ ରାଜକୀୟ ରାଣୀ ଥିଲେ। ଆଉ ସର୍ବାଧିକ ଥର ଭାରତ ଗସ୍ତରେ ଆସିଥିଲେ।

ସେହିପରି ରାଣୀ ତିନିଜଣ ଭାରତୀୟ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ୧୯୬୩ରେ ଡକ୍ଚର ରାଧାକ୍ରିଷ୍ଣନ୍, ୧୯୯୦ରେ ଆର ଭେଙ୍କଟ ରମନ୍ ଏବଂ ୨୦୦୯ରେ ପ୍ରତୀଭା ପାଟିଲଙ୍କୁ ସେ ଭେଟିଥିଲେ।

Related Articles

Back to top button