କୋର୍ଟଙ୍କ ସମୟ ନଷ୍ଟ ପାଇଁ ବର୍ଷା ଓ ଅନୁଭବ ଫ୍ୟାମିଲି କୋର୍ଟରେ ଦାଖଲ କରିବେ ୫ ହଜାର ଟଙ୍କା ଜରିମାନା

କଟକ: କୋର୍ଟଙ୍କ ସମୟ ନଷ୍ଟ କଲେ ସେଲିବ୍ରିଟି ଦମ୍ପତି, ଏବେ ଗଣିବେ ଜରିମାନା। କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ କୋର୍ଟଙ୍କ ସମୟ ଅଯଥାରେ ନଷ୍ଟ ହୋଇଛି। ଯାହାକୁ ନେଇ ପରିବାର ଅଦାଲତ, ବର୍ଷା ଓ ଅନୁଭବଙ୍କୁ ୫ ହଜାର ଟଙ୍କା ଲେଖାଏ ଜମା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କାରବାରରେ ଅଯଥା ବିଳମ୍ବ କରିଥିବାରୁ ଉଭୟଙ୍କୁ ଟଙ୍କା ଜମା କରିବାକୁ କହିଛନ୍ତି କୋର୍ଟ।

ବର୍ଷା ଏବଂ ଅନୁଭବଙ୍କ ପକ୍ଷରୁ ଦାଖଲ ହୋଇଥିଲା ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି। ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷାଙ୍କ ଆବେଦନକୁ ଗ୍ରହଣ କରିବା ସହ ବିବାହ ସ୍ଥାନ ତଥ୍ୟରେ ସଂଶୋଧନ ପାଇଁ ଅନୁଭବ କରିଥିବା ଆବେଦନ ବି କୋର୍ଟ ଗ୍ରହଣ କରିଛନ୍ତି। ବାରମ୍ବାର ତାରିଖ ଧାର୍ଯ୍ୟ ପରେ ବି ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ପ୍ରିୟଦର୍ଶିନୀ କୋର୍ଟ ଆସୁ ନଥିଲେ । ଛାଡ଼ପତ୍ର ପିଟିସନରେ ବିବାହ ସ୍ଥାନ ଭୁଲ୍ ଦେଇଥିଲେ ଅନୁଭବ।

ସ୍ୱାମୀ ଅନୁଭବ ମହାନ୍ତିଙ୍କୁ ସାନି ଜେରା ପାଇଁ ବର୍ଷା କିଛିଦିନ ପୂର୍ବେ କଟକ ପାରିବାରିକ ଅଦାଲତରେ ଆବେଦନ କରିଥିଲେ। ପୂର୍ବରୁ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିବା ବେଳେ ପୁଣି ଥରେ ସାନି ସାକ୍ଷ୍ୟ ଗ୍ରହଣ ପାଇଁ ରିକଲ ପିଟିସନ ଦାୟର କରିଥିଲେ ବର୍ଷା। ତେବେ କୋର୍ଟ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିବା ଦର୍ଶାଇ ବର୍ଷାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ।

ବର୍ଷା ଓ ଅନୁଭବଙ୍କ ପାରିବାରିକ ବିବାଦ ଅଦାଲତରେ ଗଡ଼ୁଥିବା ବେଳେ ବର୍ଷା, ଶାଶୂଘର ଛାଡ଼ି ଅନ୍ୟତ୍ର ରହିବେ ବୋଲି ଅଗଷ୍ଟ ୩୦ ତାରିଖରେ ଜିଲ୍ଲା ଦୌରାଜଜ କୋର୍ଟଙ୍କୁ ଜଣାଇଥିଲେ।

Related Articles

Back to top button