ଆଦିବାସୀ ପରମ୍ପରାରେ ଅତୁଟ ବିଶ୍ୱାସର ପର୍ବ ଜନା ସରଣୀ ପୂଜା

ରାୟଗଡ଼ା: ଏଠି ବିଶ୍ୱାସରେ ବନ୍ଧା ଆଦିବାସୀ ସମ୍ପ୍ରଦାୟ । ବିଶ୍ୱାସ ହେଉଛି ସେମାନଙ୍କ ଜୀବନଯାପନର ପୁଞ୍ଜି । ଏହାକୁ ଆଧାର କରି ସେମାନେ ବଞ୍ଚିଥାନ୍ତି । ପ୍ରକୃତି ଉପାସନା ସେମାନଙ୍କ ଆଉ ଏକ ପରମ୍ପରା । ସେଥିପାଇଁ ଋତୁ ଅନୁଯାୟୀ ଏମାନଙ୍କ ନିୟାରା ପୂଜା ପରମ୍ପରା ରହିଛି । ପୂଜା ପାର୍ବଣ ସତେ ଯେମିତି ସେମାନଙ୍କ ଜୀବନ ଜୀବିକାର ଆଉ ଏକ ଅଙ୍ଗ । ସେହିପରି ସେମାନଙ୍କ ଅତୁଟ ବିଶ୍ୱାସର ଏକ ପର୍ବ ଜନା ସରଣୀ ପୂଜା । ଆଦିବାସୀ ପରମ୍ପରାରେ ଏହି ପୂଜାକୁ କୃଷି ଭିତ୍ତିକ ପୂଜା ରୂପେ ପାଳନ କରାଯାଏ ।

ଫସଲ ଅମଳ ପୂର୍ବରୁ ଏହି ପୂଜା ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ବହୁଳ ରୂପେ କରାଯାଏ । ଭାଦ୍ରବ ମାସରେ ଆଦିବାସୀ ବସ୍ତିମାନଙ୍କରେ ପାଳନ କରୁଥିବା ପୂଜାକୁ ଭୁଦବଳାନି ବା ଜନା ସରଣୀ ଅବା ଜନାଖାଇ ପୂଜା କହନ୍ତି । ମୁଖ୍ୟତଃ ଏହି ସମୟରେ ଡଙ୍ଗରରେ ମକା ଫସଲ ଆମଦାନୀ ହୋଇଥାଏ । ମକା ମଞ୍ଜି ଲଗାଇବା ସମୟରେ ଜନାଖାଇ ଅସୁରୁଣିକୁ ମକା ବାଡ଼ର ସୁରକ୍ଷା ଦାୟିତ୍ୱ ଦେଇଥିବା ବେଳେ ମକା ତୋଳି ଘରକୁ ନେବା ପରେ ପ୍ରଥମ ମକା ଜନାଖାଇ ଅସୁରୁଣିକୁ ସମର୍ପଣ ପରେ ନିଜେ ବ୍ୟବହାର କରିଥାନ୍ତି ।

Related Articles

Back to top button