ନକଲି ମେଡିସିନ ମଣିଷ ବ୍ୟବହାର ଯୋଗ୍ୟ ନୁହେଁ: ରାଜ୍ୟ ଡ୍ରଗସ୍ ଟେଷ୍ଟିଂ ଓ ରିସର୍ଚ୍ଚ ଲାବରେଟୋରୀ ରିପୋର୍ଟ

ନୂଆଦିଲ୍ଲୀ: ନକଲି ଔଷଧକୁ ନେଇ ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି ହୋଇଛି। ନକଲି ଔଷଧର ଚେର ଓଡ଼ିଶାରୁ ଆରମ୍ଭ କରି ମୁମ୍ବାଇ ପର୍ଯ୍ୟନ୍ତ ବ୍ୟାପିଥିବା ଜଣାପଡ଼ିଛି । ଏ ବାବଦରେ ଅଧିକ ଛାନଭିନ୍ କରିବା ପାଇଁ ପୂର୍ବରୁ କ୍ରାଇମବ୍ରାଞ୍ଚ ଟିମ୍ ମୁମ୍ବାଇ ଗସ୍ତ କରିଥିଲା। ସୁଦୀପ ମୁଖାର୍ଜୀ ଏହି କଳାକାରବାରର ମାଣ୍ଡରମାଇଣ୍ଡ ହୋଇଥିବା ବେଳେ ତାଙ୍କର ମାକ୍ସ କମ୍ପାନୀରୁ କଟକର ଏକ ସଂସ୍ଥା ଔଷଧ ଆଣିଥିବା ଜଣାପଡ଼ିଥିଲା।

ତେବେ ଏହା ମଧ୍ୟରେ ନକଲି ଔଷଧର ଲ୍ୟାବ ରିପୋର୍ଟ ସାମ୍ନାକୁ ଆସିଛି। ଜବତ ହୋଇଥିବା ନକଲି ହାଇ ବ୍ଲଡପ୍ରେସର ମେଡିସିନ ମଣିଷ ବ୍ୟବହାର ଅନୁପଯୋଗୀ ବୋଲି ରାଜ୍ୟ ଡ୍ରଗସ ଟେଷ୍ଟିଂ ଓ ରିସର୍ଚ୍ଚ ଲାବରେଟୋରି ରିପୋର୍ଟ ଦେଇଛି। ଗତ ୬ ମାସ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଉଚ୍ଚ ରକ୍ତଚାପ ମେଡସିନ ପଠାଯାଇଛି । ତେଣୁ ଏହି ରିପୋର୍ଟକୁ ନେଇ ଉଚ୍ଚ ରକ୍ତଚାପ ରୋଗୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି।

ସୂଚନାଯୋଗ୍ୟ ଯେ, ଉଚ୍ଚ ରକ୍ତଚାପ ମେଡସିନ ଟେଲମା-୪୦ର ଯାଞ୍ଚ ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଏଥିସହିତ ବିଭିନ୍ନ ମେଡିସିନ ଦୋକାନରେ ରେଡ୍ କରି ଟିମ୍ ନମୂନା ସଂଗ୍ରହ କରିଥିଲ । କଟକର ମାଣିକଗୋଷ ବଜାରସ୍ଥିତ ଦୁଇଟି ମେଡିସିନ ଏଜେନ୍ସିରୁ ପାଖାପାଖି ୫୦ ଲକ୍ଷ ଟଙ୍କାର ଔଷଧ ବଜାରକୁ ଛଡ଼ା ଯାଇଥିଲା । ଏହା ମଧ୍ୟରେ ନକଲି ଔଷଧ କାରବାରରେ ସାମିଲ ଥିବା ୨ ଜଣ ଅଭିଯୁକ୍ତ ଆତ୍ମସମର୍ପଣ କରିଥିବା ବେଳେ ଆଉ କିଛି ଗିରଫ ହୋଇଛନ୍ତି।

Related Articles

Back to top button