ଆବିଲିଟି-ଓ ଥିଲେ ପ୍ରଖର ହୁଏ ସ୍ମରଣଶକ୍ତି

ଜିନିୟସ ହେବା ପଛରେ କେବଳ ଆଇକ୍ୟୁ ନୁହେଁ, କିଛି ବ୍ୟକ୍ତିଙ୍କର ଏକ ବିଶେଷ କ୍ଷମତା ରହିଥାଏ, ଯାହାକୁ ବୈଜ୍ଞାନିକମାନେ ‘ଆବିଲିଟି -ଓ’ କୁହନ୍ତି

ସାଧାରଣତଃ ଯେଉଁ ବ୍ୟକ୍ତିଙ୍କର ଆଇକ୍ୟୁ (ଇଣ୍ଟେଲିଜେଣ୍ଟ କୋସେଣ୍ଚ) ଯେତେ ଅଧିକ, ସେମାନେ ସେତେ ବୁଦ୍ଧିମାନ୍‌ ବୋଲି କୁହାଯାଏ। ଏମିତିକି ୧୪୦ ଆଇକ୍ୟୁ ଲେବଲ ଥିଲେ ସେମାନଙ୍କୁ ଜିନିୟସ୍‌ ବୋଲି ଧରାଯାଏ। ତେବେ ଜିନିୟସ ହେବା ପଛରେ କେବଳ ଆଇକ୍ୟୁ ନୁହେଁ, କିଛି ବ୍ୟକ୍ତିଙ୍କର ଏକ ବିଶେଷ କ୍ଷମତା ରହିଥାଏ; ଯାହାକୁ ବୈଜ୍ଞାନିକମାନେ ‘ଆବିଲିଟି -ଓ’ ବୋଲି କୁହନ୍ତି। ଆମେରିକାର ଜର୍ନାଲ ଅଫ୍‌ ସାଇକୋଲୋଜିରେ ଏଭଳି ଏକ ରିସର୍ଚ୍ଚ ପ୍ରକାଶ ପାଇଛି…

ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଆବିଲିଟି-ଓ କ୍ଷମତା ଥିବା ବ୍ୟକ୍ତିଙ୍କର ବୁଝିବା ଶକ୍ତି ଏବଂ ସ୍ମରଣ ଶକ୍ତି ବହୁତ ଅଧିକ ଥାଏ। ବେଳେବେଳେ ଏମାନଙ୍କ କ୍ଷମତା ଅଧିକ ଆଇକ୍ୟୁ ଲେବଲ ଥିବା ବ୍ୟକ୍ତିଙ୍କ ଠାରୁ ମଧ୍ୟ ବେଶି ରହିଥାଏ। ଏମିତିକି ଏମାନଙ୍କ ପାଖରେ ବେଳେବେଳେ ସାମାନ୍ୟ ବୁଦ୍ଧି ବିଚାର ଦେଖାଯାଇ ନ ଥାଏ। କିନ୍ତୁ ବିଶେଷ କ୍ଷେତ୍ରରେ ଏମାନଙ୍କ କ୍ଷମତା ବହୁ ଅଧିକ ଜଣାପଡିଥାଏ। ସେଥିପାଇଁ ଏମାନେ ସାଧାରଣ ବ୍ୟକ୍ତିଙ୍କଠାରୁ ଭିନ୍ନ ହୋଇଥାନ୍ତି।


ରିସର୍ଚ୍ଚ ଅନୁସାରେ ଯେଉଁମାନଙ୍କର ସାଧାରଣ ବୁଦ୍ଧି ଅଧିକ ରହିଥାଏ, ସେମାନଙ୍କୁ ଆବିଲିଟି-ଜି ଅର୍ଥାତ୍‌ ଜେନେରାଲ୍‌ ଇଣ୍ଟେଲିଜେନ୍ସ ଶ୍ରେଣୀର ଧରାଯିବ। ଏମାନଙ୍କର ସାମାନ୍ୟ ଜ୍ଞାନର ସ୍ତର ସାଧାରଣ ବ୍ୟକ୍ତିଙ୍କଠାରୁ ଅଧିକ। କିନ୍ତୁ ଆବିଲିଟି- ଓ ଥିବା ବ୍ୟକ୍ତିଙ୍କର କହିବା କଳା ବହୁତ ଅଧିକ ରହିଥାଏ। ଲିଖିତ ପରୀକ୍ଷାରେ ଏମାନେ ସାମାନ୍ୟ ଦୁର୍ବଳ ହୋଇଥିଲେ ବି କହିବାରେ ବେଶ୍‌ ମାହିର ହୋଇଥାନ୍ତି। ଏମାନଙ୍କ ସ୍ମରଣ ଶକ୍ତି ଅତ୍ୟନ୍ତ ପ୍ରଖର।

Related Articles

Back to top button