ଆଜି ବାହାରିବ ଆଇସିଏସଇ ଦଶମ ରେଜଲ୍ଟ, ଛାତ୍ରୀଛାତ୍ରୀ ଏମିତି ଜାଣିପାରିବେ ଫଳାଫଳ

ଭୁବନେଶ୍ୱର: ଆଜି ଆଇସିଏସଇ ୨୦୨୨ର ଦଶମ ରେଜଲ୍ଟ  ଘୋଷଣା କରିବାକୁ ଯାଉଛି । ଏନେଇ ବୋର୍ଡ ତରଫରୁ ସୂଚନା ଦିଆଯାଇଛି । ICSE ରେଜଲ୍ଟ ୧୭ ଜୁଲାଇ ସନ୍ଧ୍ୟା ୫ ଟାରେ ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ । ଛାତ୍ରଛାତ୍ରୀ ନିଜ ରୋଲ୍ ନମ୍ବର ସାହାଯ୍ୟରେ ନିଜର ରେଜଲ୍ଟ ଦେଖିପାରିବେ ତଥା ଡାଉନଲୋଡ କରିପାରିବେ । ଏଥିପାଇଁ ବୋର୍ଡ ୱେବସାଇଟ୍ cisce.org ଏବଂ results.cisce.org କୁ ଯାଇ ରେଜଲ୍ଟ ଚେକ୍ କରିପାରିବେ । ମୋବାଇଲ ଏସଏମଏସ ମାଧ୍ୟମରେ ମଧ୍ୟ ରେଜଲ୍ଟ ଚେକ୍ କରିପାରିବେ ଛାତ୍ରଛାତ୍ରୀ । ପରୀକ୍ଷା ରେଜଲ୍ଟ ସେମିଷ୍ଟାର ୧, ସେମିଷ୍ଟାର ୨ ଉଭୟ ପରୀକ୍ଷାକୁ ସମାନ ୱେଟେଜ୍ ଦିଆଯାଇଛି । ସେମିଷ୍ଟାର ୧, ସେମିଷ୍ଟାର ୨ ଏବଂ ପ୍ରୋଜେକ୍ଟ ମାର୍କ୍ସକୁ ଫାଇନାଲରେ ଯୋଡ଼ା ଯାଇଛି ।

ୱେବସାଇଟ: cisce.org  /  results.cisce.org  /  results.nic.in

ଜାଣନ୍ତୁ କିପରି କରିବେ ଚେକ୍ ?

  • ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ
  • ହୋମ ପେଜରେ ଆଇସିଏସଇ ରେଜଲ୍ଟ ୨୦୨୨ ରେଜଲ୍ଟ ଉପରେ କ୍ଲିକ୍ କରିବାକୁ ହେବ
  • ଏବେ ଲଗଇନ କରିବା ପାଇଁ ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ ଦେବାକୁ ହେବ
  • ଏହାପରେ ଆପଣଙ୍କ ୧୦ ମ ଆଇସିଏସଇ ରେଜଲ୍ଟ ୨୦୨୨ ସ୍କିନରେ ଆସିଯିବ
  • ଏହାକୁ ଚେକ୍ ଏବଂ ଡାଉନଲୋଡ୍ କରନ୍ତୁ
  • ଏହାପରେ ଆପଣ ଡିଜିଟାଲ ମାର୍କସିଟ୍ ଡାଉନଲୋଡ କରି ପ୍ରିଣ୍ଟଆଉଟ କାଢ଼ିପାରିବେ

ସୂଚନାଯୋଗ୍ୟ, ଆଇସିଏସଇ ୧୦ ମ ର ସେକେଣ୍ଡ ସେମିଷ୍ଟାର ବୋର୍ଡ ପରୀକ୍ଷା ସିଆଇଏସସିଇ ଦ୍ୱାରା ୨୫ ଏପ୍ରିଲ ରୁ ୨୦ ମେ ୨୦୨୨ ମଧ୍ୟରେ ଆୟୋଜିତ ହୋଇଥିଲା । ପୂର୍ବରୁ ପ୍ରଥମ ସେମିଷ୍ଟାରର ରେଜଲ୍ଟ ସ୍କୁଲକୁ ପଠାଯାଇସାରିଥିଲା । ରେଜଲ୍ଟ ପରେ ୧୦ମ ଶ୍ରେଣୀର ଟପ୍ପରଙ୍କ ଲିଷ୍ଟ ମଧ୍ୟ ଜାରି କରାଯିବ ।

Related Articles

Back to top button