ଅଧିକ ମାତ୍ରାରେ ଚାଇନିଜ ସଲ୍ଟ ବ୍ୟବହାର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ

ଚାଓମିନ, ମଂଚରିଆନ, ମୋମୋଜ, ଚିପ୍ସ ଓ ରୋଲର ଭିନ୍ନ ଧରଣର ସ୍ୱାଦ ଓ ମଜା ଆଣୁଥିବା ଚାଇନିଜ ସଲ୍ଟ ବା ଆଜିନୋମୋଟୋ ସ୍ୱାସ୍ଥ୍ୟ ପାଇଁ କେତେ ବିପଦ ଆସନ୍ତୁ ଜାଣିବା । ବିଭିନ୍ନ ଦେଶରେ କରାଯାଇଥିବା ଗବେଷଣା ଏହା ହୃଦଘାତ, ରକ୍ତଚାପ ପରି ମାରାତ୍ମକ ସ୍ୱାସ୍ଥ୍ୟ ସମସ୍ୟାକୁ ଡାକି ଆଣିଥାଏ । ଆଜିନୋମୋଟୋ ଏକ ରସାୟନ ଲବଣ । ଏହା ରସାୟନ ଦୁନିଆରେ ମୋନୋ ସୋଡିୟମ ଗ୍ଲୁମେଟ(ଏମଏସଜି)ଭାବେ ପରିଚିତ । ୧୯୦୮ରେ ଜାପାନର ରସାୟନବିଜ୍ଞାନୀ କିକୁନାୟ ଏକେଡା ଏହାକୁ ପ୍ରଥମେ ଖୋଜି ବାହାର କରିଥିଲେ । ୧୯୦୯ରେ ଏହା ଏକ ବ୍ରାଣ୍ଡ ଭାବେ ବଜାରକୁ ଆସିଥିଲା । ବାସ ତା ପରେ ଆରମ୍ଭ ହୋଇଗଲା ଏହାର ଖାଦ୍ୟରେ ମିଶ୍ରଣ…ନୂଆ ସ୍ୱାଦ ଯୁବପିଢ଼ୀଙ୍କୁ ଆକୃଷ୍ଟ କରିବାରେ ଲାଗିଲା । ବଡ ହୋଟେଲଠାରୁ ଆରମ୍ଭ କରି ଠେଲା ଗାଡିରେ ଜମିଲା ଗରାଖଙ୍କ ଭୀଡ । ଅପାଠୁଆ ବା ଅଳ୍ପ ପଢ଼ିଥିବା ଦୋକାନୀଟେ ଏମଏସଜିର ବ୍ୟବହାର ବିଷୟରେ କଣ ବା ଜାଣିବ ? ତା ଅନୁପାତରେ ସେ ମିଶେଇ ଚାଲିଲା…ଆଉ ଏହାକୁ ଖାଇବା ପରେ ଆରମ୍ଭ ହେଲା ସ୍ୱାସ୍ଥ୍ୟ ବିକାର । ଧିରେ ଧିରେ ଏହା ଏକ ଅଭ୍ୟାସ ବା ପରୋକ୍ଷରେ ନିଶାରେ ପରିଣତ ହେବାରେ ଲାଗିଲା । ଖାଦ୍ୟରେ ଏହା ନ ପଡିଲେ ପିଲାମାନେ ଏହାକୁ ଖାଇଲେ ନାହିଁ ।

ଏମଏସଜିର ସବୁଠାରୁ ଖରାପ ଗୁଣ ହେଲା ଏହା ଖାଇବା ମାତ୍ରେ ମସ୍ତିଷ୍କରେ ସାମାନ୍ୟ ମତିଭ୍ରମ ସୃଷ୍ଟି ହୋଇଥାଏ । ମସ୍ତିଷ୍କ କେବଳ ଏହାର ସ୍ୱାଦ ହିଁ ଚିହ୍ନି ପାରିଥାଏ । ଗବେଷଣା ପରେ ଅନେକ ଦେଶରେ ଏହାର ବ୍ୟବହାର ଉପରେ କଟକଣା ଲାଗିଲା । ତଥାପି ଚାଇନା ମାର୍କେଟରୁ ଏହା ସୁବିଧାରେ ଭାରତ ପରି ଦେଶମାନଙ୍କରେ ପଂହଚି ଯାଇଥାଏ । ଆଉ ଆମେ ଏହାକୁ ଖାଇ ରୋଗକୁ ଡାକିଥାଉ । ଛୋଟପିଲାମାନେ ଏ ଭଳି ଖାଦ୍ୟ ଅଧିକ ଖାଉଥିବାରୁ ସେମାନେ ଏହାର କବଳରେ ବିଶେଷ ଭାବେ ପଡୁଛନ୍ତି । ମୂଷାଙ୍କ ଉପରେ ପ୍ରଥମେ ଏହାର ୩୦ ମିଲିଗ୍ରାମ ପରୀକ୍ଷଣ କରାଗଲା ।

ବିଶେଷ କିଛି ଫରକ ଦେଖିବାକୁ ମିଳି ନ ଥିଲା । ମାତ୍ର ୧୦୦ ମିଲିଗ୍ରାମ ବ୍ୟବହାରରେ ମୂଷାମାନେ ପାଗଳଙ୍କ ପରି ବ୍ୟବହାର ପ୍ରଦର୍ଶନ କରିଥିଲେ । ଖାଦ୍ୟରେ ଏହାକୁ ପକାଇବାର ଏକ ନିର୍ଦ୍ଦିଷ୍ଟ ମାତ୍ରା ଥାଏ। ଆଉ ଏହା ନ ହେଲେ ହୃଦଘାତ, ରକ୍ତଚାପ, ଆଲର୍ଜି, ଅକ୍ସିଡେଟ ଷ୍ଟ୍ରେସ ଓ ଦେହରେ ଫଳିବା ଭଳି ଲକ୍ଷଣ ଦେଖା ଯାଇଥାଲ। ଏବେଠାରୁ ସାବଧାନ ନ ହେଲେ ଆଗାମୀ ଦିନରେ ଏହା ଭୟଙ୍କର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ନ କରିବ ତାହା କିଏ କହିବ।

Related Articles

Back to top button