ଘରେ ବହୁତ ମଶା ହେଉଛନ୍ତି କି? ଜାଣନ୍ତୁ ଘଉଡ଼ାଇବାର ଘରୋଇ ଉପାୟ

କେମିକାଲ୍‌ ଯୁକ୍ତ ମଶାମରା ଔଷଧର ବ୍ୟବହାର ସ୍ବାସ୍ଥ୍ୟ ପକ୍ଷେ ଆଦୌ ହିତକର ନୁହେଁ

ରେ ମଶା ହେବାଦ୍ୱାରା ମ୍ୟାଲେରିଆ, ଡେଙ୍ଗୁ, ଚିକେନ୍‌ଗୁନିଆ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା ରହିଥାଏ। ତେଣୁ ଆମେ ମାର୍କେଟ୍‌ରେ ମିଳୁଥିବା ବିଭିନ୍ନ କେମିକାଲ୍‌ ଯୁକ୍ତ ମଶାମରା କଏଲ୍‌ ବା ଲିକ୍ୟୁଡିର ବ୍ୟବହାର କରିଥାଉ। କିନ୍ତୁ ଏହି କେମିକାଲ୍‌ ଯୁକ୍ତ ମଶାମରା ଔଷଧର ବ୍ୟବହାର ସ୍ବାସ୍ଥ୍ୟ ପକ୍ଷେ ଆଦୌ ହିତକର ନୁହେଁ। ତେଣୁ ମଶାଙ୍କୁ ଘଉଡ଼ାଇବା ପାଇଁ ସହଜ ଘରୋଇ ଟିପ୍ସ ହେଲା: ୨ଚାମଚ ନିମ୍ବ ତେଲ ଓ ୪ ଚାମଚ ନଡ଼ିଆ ତେଲକୁ ମିଶାଇ ସେଥିରେ କିଛି କର୍ପୂର ଗୁଣ୍ଡ ପକାଇ ଦିଅନ୍ତୁ। ତା’ପରେ ସେହି ତେଲରେ ଦୀପ ଲଗାଇ ମଶା ହେଉଥିବା ସ୍ଥାନରେ ରଖିଦେଲେ ମଶା କାମୁଡ଼ିବା ତ ଦୂର କଥା ଆଖପାଖରେ ମଶା ଉଡ଼ିବେ ହିଁ ନାହିଁ। ତା’ଛଡ଼ା ଏହି ଜଳନ୍ତା ଦୀପରୁ ଯେଉଁ ବାସ୍ନା ଆସିଥାଏ ତାହା ଆପଣଙ୍କ ପରିବେଶକୁ ଜୀବାଣୁ ମୁକ୍ତ କରିବା ସହ ଆପଣଙ୍କ ଶରୀର ଓ ମସ୍ତିଷ୍କକୁ ସୁସ୍ଥ ରଖିବାରେ ମଧ୍ୟ ବେଶ୍‌ ସହାୟକ ହୋଇଥାଏ। ଅନ୍ୟପକ୍ଷେ କୁହାଯାଏ, ଝୁଣା ଧୂପ ଜାଳିଲେ ଅବା ଝୁଣା ଧୂଆଁ ଦେଲେ ବି ଘରେ ସକାରାତ୍ମକ ଉର୍ଜା ଉପନ୍ନ ହେବା ସହ ଘରୁ ମଶା ଦୂର ହୋଇଯାନ୍ତି।

Related Articles

Back to top button