ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

୨୦ ତାରିଖ ଅପରାହ୍ନରେ ଦିଲ୍ଲୀ ବିମାନ ବନ୍ଦରରୁ ବିଦେଶ ଗସ୍ତରେ ଯିବାକୁ ଥିବା ନବୀନ ରୋମରେ ଜାତିସଂଘ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଯିବେ। ଆଜି ଅପରାହ୍ନରେ ପ୍ରଥମେ ଦିଲ୍ଲୀ ଯିବେ। ଏଠାରେ ଦୁଇ ଦିନ ରହିବା ପରେ ନବୀନ ରୋମ୍ ଏବଂ ଦୁବାଇ ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି। କିନ୍ତୁ ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ନବୀନ ଜୁନ୍ ୩୦ ତାରିଖରେ ବିଦେଶ ଗସ୍ତରୁ ଫେରି ଆସିବେ ବୋଲି ସୂଚନା ରହିଛି।

୨୦ ତାରିଖ ଅପରାହ୍ନରେ ଦିଲ୍ଲୀ ବିମାନ ବନ୍ଦରରୁ ବିଦେଶ ଗସ୍ତରେ ଯିବାକୁ ଥିବା ନବୀନ ରୋମରେ ଜାତିସଂଘ  କାର୍ଯ୍ୟକ୍ରମରେ ଦେବାର କାର୍ଯ୍ୟକ୍ରମ ରହିଛି। ଏଠାରେ ସେ ଓଡ଼ିଶାରେ ଖାଦ୍ୟ ନିରାପତ୍ତା ଉପରେ ଆଲୋକପାତ କରିବେ। ଆଉ ଓଡ଼ିଶାର ସଫଳତା ବଖାଣିବେ ବୋଲି ସୂଚନା ରହିଛି। ଏହି ରୋମ୍ ଗସ୍ତ ବେଳେ ନବୀନ ପୋପଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଥିବା ବିଶେଷ ସୂତ୍ରରୁ ସୂଚନା ରହିଛି। ରୋମ୍ ଗସ୍ତ ଶେଷ କରିବା ପରେ ମୁଖ୍ୟମନ୍ତ୍ରୀ ସେଠାରୁ ଦୁବାଇ ଗସ୍ତରେ ଯିବେ। ୨୯ ତାରିଖରେ ଦୁବାଇରେ ଫିକି ଏବଂ ଓଡ଼ିଶା ସରକାର ଦ୍ୱାରା ଆୟୋଜିତ ହେଉଥିବା  ନିବେଶକ ସମ୍ମିଳନୀରେ ନବୀନ ଯୋଗ ଦେବେ। ଦୁଇ ଘଣ୍ଟାରେ ଏହି ବୈଠକରେ ନିବେଶକଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଆହ୍ୱାନ କରିବେ। ଏହାପରେ ସେ ୩୦ ତାରିଖରେ ଭାୟା ଦିଲ୍ଲୀ ହୋଇ ନବୀନ ଭୁବନେଶ୍ୱରରେ ପହଞ୍ଚିବାର କାର୍ୟ୍ୟକ୍ରମ ରହିଛି। ନବୀନଙ୍କ ଏହି ଗସ୍ତ ସମୟରେ ତାଙ୍କ ସହ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ୍ ଏବଂ ତାଙ୍କର ଦୁଇ ବ୍ୟକ୍ତିଗତ କର୍ମଚାରୀ ଯିବେ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଅନ୍ତିମ ଥର ପାଇଁ ୨୦୧୨ରେ ନବୀନ ଲଣ୍ଡନ ଗସ୍ତରେ ଯାଇଥିଲେ।

Related Articles

Back to top button